ଗୋଟିଏ ଜାଗାରେ ୪ ଭିନ୍ନ ସୂଚନା

ନାଉଗଁା,୨୧ା୯(ସ୍ବ.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତଗୁଡିକର ଉନ୍ନତୀକରଣ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ମାତ୍ର ଗୋଟିଏ ଜାଗାରେ ଦୁଇଟି କାମ ଚାଲିଥିବା ଦର୍ଶାଇ ଭିନ୍ନ ଭିନ୍ନ ସୂଚନା କାନ୍ଥରେ ଲେଖାଯାଇଛି।
ନାଉଗଁା ବ୍ଲକର ଗଜରାଜପୁର ପଞ୍ଚାୟତରେ ଏହା ଦେଖିବାକୁ ମିଳିଛି।
ଏହି ପଞ୍ଚାୟତରେ ଏକ ପୁରୁଣା ଆଜବେଷ୍ଟସ ଗୃହ ଭଙ୍ଗା ଯାଇ ନୂତନ ଭାବେ ନିର୍ମାଣ କରାଯାଉଛି। ଏହି ଗୃହର ସମ୍ମୁଖରେ ପାଚେରି ତିଆରି କରାଯାଇଛି। ଏହି ପାଚେରିର ସମ୍ମୁଖ ପାର୍ଶ୍ୱର ବାମ ପାଖରେ ଲେଖା ଯାଇଥିବା ସୂଚନା ତଥ୍ୟ ଅନୁସାରେ, ୨୦୨୧ -୨୨ ଆର୍ଥତ୍କ ବର୍ଷରେ ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ଯୋଜନା ଦ୍ୱାରା ଗଜରାଜପୁର ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରାଯାଉଛି। ଏହାର ବ୍ୟୟ ଅଟକଳ ମୂଲ୍ୟ ୪ ଲକ୍ଷ ୭୦ ହଜାର ଦର୍ଶାଯାଇଛି। ସେହିପରି ଡାହାଣ ପାର୍ଶ୍ୱରେ ଆଉ ଏକ ସୂଚନା କାନ୍ଥରେ ଲେଖା ଯାଇଛି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ଯୋଜନାରେ ଗଜରାଜପୁର ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଉଥିବା ଦର୍ଶାଯାଇଛି। ଏଥିପାଇଁ ୪ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ କରାଯିବା ନେଇ ସେଥିରେ ଉଲ୍ଲେଖ ରହିଛି। ଉକ୍ତ ପାଚେରିର ପଛ ପାର୍ଶ୍ୱରେ ୨୦୨୧-୨୨ ଆର୍ଥତ୍କ ବର୍ଷର ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ଓ ପଞ୍ଚାୟତ ସମିତି ଅଂଶଧନ ଦ୍ୱାରା ୧ ଲକ୍ଷ ଟଙ୍କା ବ୍ୟୟରେ ଉପ ସ୍ବାସ୍ଥ୍ୟକେନ୍ଦ୍ର ମରାମତି କରାଯାଉଥିବା ଉଲ୍ଲେଖ ରହିଛି।
ଅନ୍ୟ ପାର୍ଶ୍ୱରେ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଯୋଜନାରେ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଗଜରାଜପୁର ପ୍ରାଣୀ ଚିକିତ୍ସାଳୟ ଉନ୍ନତୀକରଣ ପାଇଁ ୨ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ଦର୍ଶାଯାଇଛି। ଏଭଳି ୪ ପ୍ରକାର ସୂଚନା ଫଳକ ନେଇ ଜନସାଧାରଣଙ୍କ ମନରେ ଭ୍ରମ ସୃଷ୍ଟି କରିଛି। ଗୋଟିଏ ସ୍ଥାନରେ ୨ ଟି ପ୍ରକଳ୍ପ କିପରି ଚାଲିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଆଜବେଷ୍ଟସ ଗୃହ ଭଙ୍ଗା ଯାଇ ନୂତନ ଗୃହ ନିର୍ମାଣ ଚାଲିଥିବାବେଳେ ଗୋଟିଏ ଆର୍ଥତ୍କ ବର୍ଷରେ ପୁରୁଣା ଗୃହ କିପରି ମରାମତି ହେଲା ସେନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ନୂତନ ଗୃହ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଛି। ଏହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତର ଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ବାଇଁ କହିଛନ୍ତି, ପୂର୍ବରୁ ଥିବା ସରପଞ୍ଚ ଓ ବର୍ତ୍ତମାନର ସରପଞ୍ଚଙ୍କ ମଧ୍ୟରେ କୌଣସି ତାଳମେଳ ନ ଥିବାରୁ ପୂର୍ବ ସରପଞ୍ଚ ମନଇଚ୍ଛା ସୂଚନା ଲେଖିଛନ୍ତି। ପୂର୍ବରୁ ଏହା ଗଜରାଜପୁର ଉପସ୍ବାସ୍ଥ୍ୟକେନ୍ଦ୍ର ଥିଲା। ଏହା ଶୋଚନୀୟ ହୋଇଯାଇଥିବାରୁ ଭଙ୍ଗାଯାଇ ନୂତନଭାବେ ତିଆରି କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୪ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି।

Share