ଏମ୍‌କେସିଜି ଶିଶୁ ବିଭାଗରେ ୪ ଡିପ୍‌ଥେରିଆ ରୋଗୀ

ବ୍ରହ୍ମପୁର,୧୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ରାୟଗଡ଼ା ଓ କୋରାପୁଟ ଜିଲାରେ ଡିପ୍‌ଥେରିଆ ରୋଗରେ ଆକ୍ରାନ୍ତ ୪ ଶିଶୁଙ୍କ ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି)ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣକୁ ଇଣ୍ଟେସିଭ କେୟାର ୟୁନିଟ(ଆଇସିୟୁ) ଓ ଆଉ ଜଣଙ୍କୁ ଶିଶୁ ବିଭାଗର ହାଇ ଡିପେଡେନ୍ସି ୟୁନିଟ (ଏଚଡିୟୁ)ରେ ରଖାଯାଇଛି। ଡିପ୍‌ଥେରିଆ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଶିଶୁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ସଙ୍ଗରୋଧ କକ୍ଷ କରାଯାଇଛି। ହାଇଦ୍ରାବାଦରୁ ପ୍ରତିରୋଧକ ଟିକା ଅଣାଯାଇ ସେମାନଙ୍କୁ ଦିଆଯାଇଛି।

ଗତ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରୁ ୫ ଜଣ ଡିପ୍‌ଥେରିଆ ରୋଗୀ ରେଫର ହୋଇ ଏମ୍‌କେସିଜି ମେଡିକାଲ ଶିଶୁ ବିଭାଗକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଫାଲସୀ ମାଝି ନାମ୍ନୀ ଶିଶୁ କନ୍ୟାଙ୍କ ଗତ ୧୩ ତାରିଖରେ ମୃତ୍ୟୁ ହୋଇଥିଲା। ଏବେ କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ଗ୍ରାମର ସୁବାରାଓ ମେଲେକାଙ୍କ ପୁଅ ଜିପୁନ, ରାୟଗଡା ଜିଲାର ପବିତ୍ର ମାଝୀ, ଜୟରାମ ମାଝୀ, ମହେନ୍ଦ୍ର ମାଝୀଙ୍କ ଚିକିତ୍ସା ଚାଲିଛି। ସମସ୍ତଙ୍କ ବୟସ ୧୦ରୁ ୧୨ବର୍ଷ ଭିତରେ ରହିଛି। ଚିକିତ୍ସା ସେବାକୁ ତ୍ୱରାନ୍ବିତ କରାଯାଇଥିବା ଏମ୍‌କେସିଜି ଶିଶୁରୋଗ ବିଭାଗ ମୁଖ୍ୟ ବିଶେଷଜ୍ଞ ପ୍ରଫେସର ଡା.ନରେନ୍ଦ୍ର ବେହେରା ସାକ୍ଷାତ ବେଳେ କହିଛନ୍ତି। ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ରସୁଲଗୁଡସ୍ଥିତ ଆଞ୍ଚଳିକ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିବା ବେଳେ ଗଳାରୁ ମିଳିଥିବା ପୂଜ ଏମ୍‌କେସିଜି ମାଇକ୍ରୋ ବାୟୋଲୋଜି ବିଭାଗକୁ ପଠାଯାଇଛି। ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବାୟୋଟିକ ଓ ଭାକ୍ସିନ ମହଜୁଦ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଟିଲାଗଡରେ ରେଳ ଫ୍ଲାଏ ଓଭର ନିର୍ମାଣ ପାଇଁ ୧୮୩.୮୯ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ,୨୬।୬: ପୂର୍ବ ତଟ ରେଳବାଇର ସମ୍ବଲପୁର ଡିଭିଜନ୍ ଅଧୀନରେ ଥିବା ଟିଟିଲାଗଡ ଜଙ୍କସନ ଷ୍ଟେସନରେ ବଢୁଥିବା ରେଳ ଚଳାଚଳ ଏବଂ ଯାତାୟାତକୁ ଦୃଷ୍ଟିରେ ରଖି ରାୟପୁର-ବିଜୟାନଗରାମ,...

ନିରାକାରପୁର ରେଳ ଫାଟକରେ ପ୍ରବଳ ଭିଡ଼

ନିରାକାରପୁର,୨୬ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଉପର ବଜାରଠାରେ ଥିବା ରେଳବାଇ ଫାଟକଟିରେ ଦୈନିକ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ଏହା ଯୋଗୁ ଆମ୍ବୁଲାନ୍ସଠାରୁ...

ଜୁଲାଇ ପହିଲାରୁ ସବୁ ଜିଲାରେ ଆରମ୍ଭ ହେବ ମିଳିତ ଜନ ଶୁଣାଣି

ଭୁବନେଶ୍ୱର,୨୬।୬: ଜୁଲାଇ ପହିଲାରୁ ସବୁ ଜିଲା ଏବଂ ସରକାରଙ୍କର ସମସ୍ତ ବିଭାଗର ମିଳିତ ଜନ ଶୁଣାଣି ଆରମ୍ଭ ହେବ। ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି...

ହଷ୍ଟେଲରେ ରହି ପଢ଼ିବାକୁ ଯାଇଥିଲେ, ଘରକୁ ଫେରିଲା ଛାତ୍ରୀଙ୍କ ମୃତଦେହ

ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ହଷ୍ଟେଲରେ ରହି ପାଠ ପଢ଼ିବାକୁ ଯାଇଥିଲେ ଜଣେ ଛାତ୍ରୀ। ହେଲେ ଘରକୁ ଫେରିଲା ତାଙ୍କ ମୃତଦେହ। ଏଭଳି ଦୁଃଖଦ ଘଟଣା ଘଟିଛି...

ଷ୍ଟଣ୍ଟ୍‌ କରୁଥିବା ବେଳେ ଆମ୍ବୁଲାନ୍ସ ସହ ମୁହାଁମୁହିଁ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଜଣେ ଯୁବକ ବାଇକ୍‌ରେ ଷ୍ଟଣ୍ଟ କରି ଦ୍ରୁତଗତିରେ ଯାଉଥିବା...

ବଜ୍ରପାତରେ ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୬: ବରଗଡ଼ ଜିଲା ପଦ୍ମପୁର ଖଲିଆପଲି ପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ...

ଦେଶରେ ବଢିଚାଲିଛି ପ୍ରଶ୍ନପତ୍ର ପ୍ରଘଟ ମାମଲା; ଜାଣନ୍ତୁ ଓଡ଼ିଶାରେ କେତେଥର ଏମିତି ହୋଇଛି

ନୂଆଦିଲ୍ଲୀ,୨୬।୬: ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଦେଶରେ ବିବାଦ ଘନେଇଥିବା ବେଳେ ୨୦୧୯ ପରଠାରୁ ବର୍ତମାନ ପର୍ଯ୍ୟନ୍ତ ଭାରତର ୧୯ ରାଜ୍ୟରେ ୬୫ ଥର ପ୍ରଶ୍ନପତ୍ର...

ଗଛମୂଳେ ଖଟି କରୁଥିବା ବେଳେ ହେଲା ବଜ୍ରପାତ: ଚାଲିଗଲା ୩ ଜୀବନ, ଦୁଇ ଗୁରୁତର

ପଦ୍ମପୁର,୨୬ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେଓ୍ବାନଡିହିରେ ବୁଧବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri