୪ ଜିଲା, ରାଉରକେଲାରେ ଶଟଡାଉନ କୋହଳ

ଭୁବନେଶ୍ୱର,୧୨।୮(ବ୍ୟୁରୋ)-ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲା ଓ ରାଉରକେଲା ସହରରେ ଶଟଡାଉନ ମାତ୍ର କିଛି ଘଣ୍ଟା ପାଇଁ କୋହଳ ହେବ। ଅଗଷ୍ଟ ୧୫ ତାରିଖ ଦିନ କିଛି ଘଣ୍ଟା କୋହଳ ରହିବ ସପ୍ତାହାନ୍ତ ଶଟଡାଉନ। ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ରହିବ ଶଟଡାଉନ କଟକଣା। ନିଜ ଅଞ୍ଚଳରେ ପତାକା ଉତ୍ତୋଳନ ପାଇଁ କୋହଳ ରହିବ କଟକଣା। ଏ ନେଇ ବୁଧବାର ସର୍ତ୍ତମୂଳକ ଭାବେ ପତାକା ଉତ୍ତୋଳନ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ନ ହେବାକୁ କୁହାଯାଇଛି। ସେହିପରି ସାମାଜିକ ଦୂରତା ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

Share