ଗଞ୍ଜାମ ଆସିଲେ ୪ ଡିଏସ୍‌ପି, ୪ ପ୍ଲାଟୁନ ଫୋର୍ସ: କରିବେ କୋଭିଡ ପରିଚାଳନା ତଦାରଖ

ଛତ୍ରପୁର,୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କୋଭିଡ-୧୯ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହିପରିପ୍ରେକ୍ଷୀରେ କୋଭିଡ ପରିଚାଳନା ଓ ନିୟମକୁ କଡାକଡି ପାଳନର ତଦାରଖ କରିବା ପାଇଁ ୪ ଜଣ ଡିଏସ୍‌ପି ଓ ୪ ପ୍ଲାଟୁନ ଫୋର୍ସଙ୍କୁ ଡିଜିପି ଜିଲାକୁ ପଠାଇଥିଲେ। ତେବେ ସେମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆସିକା ଉପଖଣ୍ଡ ପାଇଁ ଡିିଏସପି ହିମାଂଶୁ ଶେଖର ବେହେରା, ଭଞ୍ଜନଗର ଉପଖଣ୍ଡ ପାଇଁ ଡିଏସପି ତପନ କୁମାର ମହାନନ୍ଦ, ଛତ୍ରପୁର ଉପଖଣ୍ଡ ପାଇଁ ଗୁଣନିଧି ମଲ୍ଲିକ, ପୁରୁଷୋତ୍ତମପୁର ଉପଖଣ୍ଡ ପାଇଁ ରିତେଶ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।
ଏଥିସହ ଜିଲାର ବିଭିନ୍ନ ଥାନାକୁ ଫୋର୍ସ ପଠାଯାଇଛି ୪ ଜଣ ଡିଏସପି ଚେକପୋଷ୍ଟ, ଶଟଡାଉନ, ଲକଡାଉନ, ସଚେତନତା କାର୍ଯ୍ୟକ୍ରମ, ସୋସିଆଲ ଡିଷ୍ଟାନ୍ସ, ସାନିଟାଇଜେସନ, ଆକ୍ରାନ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା, ହୋମ କ୍ୱାରାଣ୍ଟାଇନ, ଅଣ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବା କଟକଣା ଆଦିର ସୁପରଭାଇଜ କରିବେ ବୋଲି ସୂଚନା ଦିଆଯାଇଛି।

Share