ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ଜୀବନ ଗଲା

ଗୁଣୁପୁର/ପାରଳାଖେମୁଣ୍ଡି,୧୨ା୫(ଡି.ଏନ୍‌.ଏ.): ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲା କାତ୍ରାଗାଡ଼ା ନିକଟରେ ଶୁକ୍ରବାର ୪ ହାତୀଙ୍କ ମୃତଦେହ ଠାବ ହୋଇଛି। ପ୍ରକୃତରେ ହାତୀଙ୍କ ମୃତ୍ୟୁ କେମିତି ଘଟିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କାରଣ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡ଼ିରହିଛି। ଅପରପକ୍ଷେ ଏହି ମୃତ ହାତୀଗୁଡ଼ିକ ଓଡ଼ିଶାର ନା ଆନ୍ଧ୍ରର ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଆନ୍ଧ୍ର ପୋଲିସ ଓ ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।
ମୃତ ହାତୀଙ୍କ ମଧ୍ୟରେ ୨ଟି ମାଈ ୨ ଅଣ୍ଡିରା ହାତୀ ରହିଥିବାର ଜଣାପଡ଼ିଛି। ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Share