Advertisement

ଶରଦ ପାଓ୍ବାରଙ୍କ ୪ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ,୧୭।୮: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ଦକ୍ଷିଣ ମୁମ୍ବାଇରେ ଥିବା ଘରେ କାମ କରୁଥିବା ୪ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି। ତେବେ ଟେଷ୍ଟ ପରେ ଶରଦଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ଏହାପରେ ବି ଶରଦ ଆଉ ୫-୬ ଦିନ ସେଲ୍ଫ ଆଇସୋଲେଶନରେ ରହିବେ ବୋଲି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯଦିଓ ପାଓ୍ବାରଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ତଥାପି ତାଙ୍କୁ ଏବେ ବାହାରକୁ ଯିବାକୁ ବାରଣ କରାଯାଇଛି। ଏବେ ଯେଉଁମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାକୁ ନେଇ ଏବେ ଆରମ୍ଭ ହୋଇଛି କଣ୍ଟାକ୍ଟ ଟ୍ରେସିଂ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share