ଘୁଙ୍ଗିନାଳ ପୋଲ ଉପରେ ୪ ଫୁଟର ବନ୍ୟାଜଳ

ଅମରପାଲି,୨୯ା୭(ପୀତାମ୍ବର ସାହୁ): ଲଗାଣବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଉକ୍ତ ପୋଲ ଉପରେ ପ୍ରାୟ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁରରୁ ଅମରପାଲିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ା ଗୁରୁବାର ରାତିରେ ହୋଇଥିବା ବର୍ଷା ଯୋଗୁ ଶୁକ୍ରବାର ସକାଳୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ା ଫଳରେ ଉଭୟ ପାଶର୍‌ବରେ ଗାଡ଼ିମୋଟର ଅଟକି ରହିଛି। ଏହି ପୋଲ କମ୍‌ ଉଚ୍ଚତା ହୋଇଥିବାରୁ ଏହା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏଥିଯୋଗୁ ବୀରମହାରାଜପୁରରୁ ବହଳପଦର, ଦୁର୍ଜନତୈଲା ଓ ଲୁତୁରପଙ୍କ ପଞ୍ଚାୟତର ପ୍ରାୟ ୫୦ରୁ ଊଦ୍ଧର୍‌ବ ଗ୍ରାମ ସମେତ ଖଣ୍ଡହତା ପଞ୍ଚାୟତର କେତେକ ଗ୍ରାମ, ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି, ବଡମାଳ, ଭାଲିଆକଟା, ଗରଗଡବାହାଲ ଆଦି ପଞ୍ଚାୟତର ଲୋକେ ନାହିଁ ନ ଥିବା ହଇରାଣ ହୋଇଛନ୍ତି। ବୀରମହାରାଜପୁରରୁ ଯୁଯୁମୁରା-ସମ୍ବଲପୁର, ଚାରମାଲ-ରେଢ଼ାଖୋଲକୁ ମଧ୍ୟ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍କୁଲ କଲେଜକୁ ଆସୁଥିବା ଛାତ୍ରୀଛାତ୍ର, ଶିକ୍ଷକମାନେ ମଧ୍ୟ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସକାଳୁ ମୁର୍ଷୁଣ୍ଢିରୁ ଯୁଝୁମୁରା ଦେଇ ସମ୍ବଲପୁର ଯାଉଥିବା ବସ୍‌, ସୋନପୁରରୁ ବୀରମହାରାଜପୁର-ଅମରପାଲି ଦେଇ ରେଢ଼ାଖୋଲ ଯାଉଥିବା ବସ୍‌, ରେଢାଖୋଲ-ଚାରମାଲ ଦେଇ ବୀରମହାରାଜପୁର-ସୋନପୁରକୁ ଯାଉଥିବା ବସ୍‌, ସମ୍ବଲପୁରରୁ ମୋଚିବାହାଲ-ବଡମାଳ ଦେଇ ମୁର୍ଷୁଣ୍ଢି ଆସୁ ଥିବା ବସ୍‌ ଚଳାଚଳ ବନ୍ଦ ରହିଥିଲା। ଏହାସହ କୌଣସି ଗୋଟିଏ ବି ଚାରିଚକିଆ ଗାଡି ସହିତ ବାଇକ୍‌ ମଧ୍ୟ ଯାଇପାରି ନ ଥିଲା। ବୀରମହାରାଜପୁର କଲେଜ, ମହିଳା କଲେଜ, ଭୁତିଆପାଲି କଲେଜ, ରଥପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ଅଞ୍ଚଳରୁ ଛାତ୍ରୀଛାତ୍ରମାନେ ପାଠ ପଢିବାକୁ ଯାଇପାରି ନ ଥିବା ଜଣାଯାଇଛି ା ଆମ୍ବୁଲାନ୍ସ ମଧ୍ୟ ଉକ୍ତ ପୋଲ ଦେଇ ଯାଇପାରିନାହିଁ। ପ୍ରାୟ ୩ ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ତରଫରୁ ଉକ୍ତ ପୋଲ କାମ କରିବା ପାଇଁ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ସରିଥିଲା। ଠିକା ସଂସ୍ଥା ଉକ୍ତ ପୋଲ କାମ ଆରମ୍ଭ କରିଥିଲେ ମଧ୍ୟ ଜମି ବିବାଦ ଯୋଗୁ ଅଧାରେ କାମ ଛାଡି ଫେରାର ହୋଇଛି। ଏପଟେ ପୂର୍ତ୍ତ ବିଭାଗ କୌଣସ ପଦକ୍ଷେପ ନେଉନାହିଁ। ତେଣୁ ସାମାନ୍ୟ ବର୍ଷା ହେଲେ ଉକ୍ତ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥାଏ। ତେଣୁ ଅଞ୍ଚଳବାସୀ ହଇରାଣ ହୋଇଥାନ୍ତି। ସେହିପରି ବର୍ଷା ଯୋଗୁ ଉକ୍ତ ଘୁଙ୍ଗିନାଳର ଲୁତୁରପଙ୍କ -ଘଣ୍ଟପାଲି ମଝିରେ ଥିବା ଅନ୍ୟ ଏକ ପୋଲ ଉପରେ ମଧ୍ୟ ୪ ଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି l ସା ବେଳେ ପୋଲ ଉପରୁ ବନ୍ୟାଜଳ କମିଥିବା ଜଣାପଡ଼ିଛି l


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri