କର୍ଲାମୁଣ୍ଡା,୧୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକରେ ବୁଧବାର ରାତିରୁ ଲଗାଣ ବର୍ଷା ହେବା ଫଳରେ ରିଞ୍ଜା-କର୍ଲାମୁଣ୍ଡା ରାସ୍ତା ସରବରା ନାଲା ବ୍ରିଜ ଉପରେ ୪ ଫୁଟ୍ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ରିଞ୍ଜା ଅଞ୍ଚଳର ଲୋକେ ବ୍ଲକ ସଦରକୁ ଯାତାୟାତ କରିପାରୁ ନାହାନ୍ତି।
ଅନ୍ୟପକ୍ଷେ ବନ୍ୟା ପାଣି ଯୋଗୁ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଠି ହୋଇ ଚାଷ ଜମିରେ ପାଣି ମାଡ଼ି ବାଲିଚର ହୋଇଯାଇଛି। ଏପରିକି ବ୍ଲକର ରିଷିଡ଼ା, ତେରେସିଙ୍ଗା, କର୍ଲାମୁଣ୍ଡା, ଏସ୍ ମାଲପଡ଼ା, ରାଜପୁର, ଗଜବାହାଲ, ରିଞ୍ଜା, ପୌରକେଲା, ରେଗଡା, ଜୋରାଡବରା, ସାପଲହରା, ବୋରପଦର ପଞ୍ଚାୟତ ଅଞ୍ଚଳରେ ଲୋକଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି।
ଏପରିକି ଉତେଇ ଏବଂ ତେଲ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୁଳିଆ ଗାଁ କୁନ୍ଦେଇପାଲି, ତେରେକେଲା, ପୌରକେଲା, ଖରଝୁରା, ବୁଢୀପଦର, ତେରେସିଙ୍ଗା, ବିନ୍ଧାଣି, ବାଗବୁରେଇ, ଖଲିଆପାଲି, ର୍ରେଗେଡା, ବୋରପଦର, ଏକାତରା, କେର୍ଣ୍ଣାପଲା, ଯୋଗିପଲା ଆଦି ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।