ପାଟଣା,୧୪।୯(ସ୍ବ. ପ୍ର.): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛିା ଏ ନେଇ ବେଳେ ମଙ୍ଗଳବାର ସକାଳୁ ପାଟଣା କେନ୍ଦୁଝର ରାସ୍ତାର ଭିମାପଡା କାଞ୍ଝାରୀ ନଦୀର ପୋଲ ଉପରେ ୪ ଫୁଟରୁ ଊଦ୍ଧର୍ବ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତା ଦେଇ ପାଟଣାରୁ କେନ୍ଦୁଝରକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ହୋଇଛି। ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଛି। ଘଟଣାସ୍ଥଳରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ଓ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ପହଞ୍ଚିଥିଲେ।