Categories: ଫୁରସତ

କନ୍ୟା ୪ ଫୁଟକୁ ବର ସାଢ଼େ ୬ ଫୁଟ, କଥା ହେବା ପାଇଁ ଦରକାର ପଡ଼େ ଚେୟାର

ପ୍ରେମ ଏବଂ ବିବାହ ସମ୍ପର୍କରେ ଯଦି କହିବା ତେବେ ଉଚ୍ଚ, ନୀଚ, ଗୋରା, କଳା ଏସବୁ ଦେଖାଯାଏ ନାହିଁ। କେବଳ ଭଲ ହୃଦୟଟେ ମିଳିବା ଦରକାର। ଆଜି ଏମିତି ଏକ ଦମ୍ପତିଙ୍କ ବିଷୟରେ କହିବୁ ଯାହାଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ। ଏହି ଦମ୍ପତିଙ୍କର ଉଚ୍ଚତା ପରସ୍ପର ସହିତ ମେଳ ହୋଇ ନ ପାରେ, କିନ୍ତୁ ସେମାନଙ୍କର ମନୋବଳ ସମାନ।

ବେଥାନିଆ କାସୁରାଙ୍ଗ ନାମକ ଜଣେ ମହିଳାଙ୍କ ଉଚ୍ଚତା ମାତ୍ର ୪ ଫୁଟ ୧୦ ଇଞ୍ଚ, କିନ୍ତୁ ତାଙ୍କ ସ୍ବାମୀଙ୍କର ଉଚ୍ଚତା ୬ ଫୁଟ ୫ ଇଞ୍ଚ। ଏପରି ସ୍ଥିତିରେ ସେମାନେ କଥା ହେବା ପାଇଁ ଚେୟାରର ସାହାଯ୍ୟ ନିଅନ୍ତି।

ବେଥାନିଆ କାସୁରାଙ୍ଗ ଏବଂ ତାଙ୍କ ସ୍ବାମୀ ଡାନି ପରସ୍ପରଠାରୁ ଭିନ୍ନ ଅଟନ୍ତି। ସେମାନେ ସେମାନଙ୍କର ମଜାଳିଆ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଡାନିଙ୍କ ଜୋତା ବେଥାନିଆଙ୍କ ପାଦରେ ଡଙ୍ଗା ପରି ଦେଖାଯାଉଥିବାବେଳେ ତାଙ୍କ ଜିନ୍ସରେ ସେ ଆଙ୍ଗୁଠି ପରି ଦେଖାଯାଆନ୍ତି। ଏହି ଦମ୍ପତିଙ୍କର ଟିକ୍‌ଟକ୍‌ରେ ୯୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ଡାନିଙ୍କ ଉଚ୍ଚତା ହେତୁ କାର୍‌ ସିଟ୍‌କୁ ମଧ୍ୟ ବାରମ୍ବାର ବଦଳାଇବାକୁ ପଡ଼ିଥାଏ।

ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓରେ ବେଥାନିଆ କହିଛନ୍ତି, ଏଭଳି ପାର୍ଥକ୍ୟ ସତ୍ତ୍ୱେ ତାଙ୍କ ସ୍ବାମୀଙ୍କୁ ନେଇ ସେ ଗର୍ବିତ। ସେ କୁହନ୍ତି, ବେଳେବେଳେ ସ୍ବାମୀଙ୍କ ଉଚ୍ଚତା ହେତୁ ତାଙ୍କୁ କଥା ହେବା ପାଇଁ ଷ୍ଟୁଲ୍‌ କିମ୍ବା ଚେୟାର ଦରକାର ପଡ଼େ। ଫଳରେ ସେ ତାଙ୍କ ମୁହଁ ସାମ୍ନାରେ କଥା ହୋଇପାରନ୍ତି। ଲୋକମାନେ ସେମାନଙ୍କ ଯୋଡ଼ି ଏବଂ ସେମାନଙ୍କର ଭିଡିଓକୁ ବହୁତ ଭଲ ପାଆନ୍ତି।

Share