Categories: ଖେଳ

ଭାରତୀୟ ଦଳରେ ଓଡ଼ିଶାର ୪

ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): ଅନ୍ତର୍ଜାତୀୟ ବ୍ଲାଇଣ୍ଡ ସ୍ପୋଟର୍‌ସ ଫେଡେରେଶନ (ଆଇବିଏସ୍‌ଏ) ଆନୁକୂଲ୍ୟରେ ଓ୍ବାଲର୍‌ଡ ଗେମ୍ସ-୨୦୨୩ ଆସନ୍ତା ଅଗଷ୍ଟ ୧୮ରୁ ୨୭ ପର୍ଯ୍ୟନ୍ତ ବର୍ମିଂହାମଠାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଥମଥର ପାଇଁ ଦୃଷ୍ଟିବାଧିତ କ୍ରିକେଟକୁ ସାମିଲ କରାଯାଇଛି। ତେଣୁ ଏହି ପ୍ରତିଯୋଗିତା ପାଇଁ କ୍ରିକେଟ ଆସୋସିଏଶନ ଫର ଦି ବ୍ଲାଇଣ୍ଟ ଇନ୍‌ ଇଣ୍ଡିଆ (ସିଏବିଆଇ) ପକ୍ଷରୁ ବୁଧବାର ବେଙ୍ଗାଲୁରୁଠାରେ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ୧୬ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୪ ଜଣ ସାମିଲ ହୋଇଛନ୍ତି। ସେମାନେ ହେଲେ ବାସନ୍ତି ହାଁସଦା (ବି-୨), ପଦ୍ମିନୀ ଟୁଡୁ (ବି-୧), ଝିଲି ବିରୁଆ ଓ ଫୁଲ ସୋରେନ (ଉଭୟେ ବି-୩)। ଭାରତୀୟ ଦଳରେ ବି-୧ ଓ ବି-୩ ବର୍ଗରେ ୬ ଜଣ ଲେଖାଏ ଏବଂ ବି-୨ ବର୍ଗରେ ୪ ଖେଳାଳି ରହିଛନ୍ତି। ଭାରତୀୟ ଦଳର ଖେଳାଳିମାନେ ଓ୍ବାଲର୍‌ଡ ଗେମ୍ସ ପାଇଁ ପ୍ରସ୍ତୁତି ହେବାକୁ ନିକଟରେ କାଠମାଣ୍ଡୁରେ ନେପାଳ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଦ୍ୱିପାକ୍ଷିକ ସିରିଜ ଖେଳିଥିଲେ।

 

Share