Categories: ଖେଳ

ଭାରତୀୟ ଦଳରେ ଓଡ଼ିଶାରୁ ୪

ବେଙ୍ଗାଲୁରୁ, ୧୨ା୪ (ସ୍ପୋଟର୍‌ସ ବ୍ୟୁରୋ): କ୍ରିକେଟ ଆସୋସିଏଶନ ଫର୍‌ ଦି ବ୍ଲାଇଣ୍ଡ୍‌ ଇନ୍‌ ଇଣ୍ଡିଆ (ସିଏବିଆଇ) ଦ୍ୱାରା ପ୍ରଥମ ଥର ଭାରତର ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶା ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ପଦ୍ମିନୀ ଟୁଡୁ, ବାସନ୍ତୀ ହାଁସ୍‌ଦା, ଫୁଲ ସୋରେନ ଓ ଝିଲି ବିରୁଆ। ଏହି ଦଳ ଏପ୍ରିଲ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନେପାଳ ବିପକ୍ଷ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳିବ। ଏଥିପାଇଁ ଭୋପାଳଠାରେ ଏକ ସିଲେକ୍ସନ ଟ୍ରାଏଲ କରାଯାଇଥିଲା। ଏଥିରୁ ପ୍ରଥମେ ୩୮ଖେଳାଳି ଏବଂ ପରେ ୧୭ଜଣିଆ ଶର୍ଟଲିଷ୍ଟ କରାଯାଇଥିଲା ବୋଲି ସିଏବିଆଇା ସାଧାରଣ ସମ୍ପାଦକ ତଥା ସିଲେକ୍ସନ କମିଟିର ଚେୟାରମ୍ୟାନ ଇ. ଜନ୍‌ ଡେଭିଡ୍‌ ପ୍ରକାଶ କରିଛନ୍ତି।
ନେପାଳର ପୋଖାରା ଓ କାଠମାଣ୍ଡୁଠାରେ ନେପାଳ ବିପକ୍ଷରେ ୫ ଟି୨୦ ଖେଳିବା ଲାଗି ଯିବା ପୂର୍ବରୁ ଗୁର୍‌ଗାଁଓଠାରେ ଏକ କୋଚିଂ କ୍ୟାମ୍ପ ଏପ୍ରିଲ ୧୭ରୁ ୨୨ ପର୍ଯ୍ୟନ୍ତ ହେବ। ଦ୍ୱିପାକ୍ଷିକ ସିରିଜ ପାଇଁ ମଧ୍ୟପ୍ରଦେଶର ସୁଷମା ପଟେଲଙ୍କୁ ଅଧିନାୟିକା ଏବଂ କର୍ନାଟକର ଗଙ୍ଗାଭା ନିଲାପ୍ପା ହରିଜନଙ୍କୁ ଉପ ଅଧିନାୟକ କରାଯାଇଛି। କ୍ରାତିକା ଚାର୍ଭେ ଦଳର କୋଚ୍‌ ରହିଥିବା ବେଳେ ଶିକା ଶେଟ୍ଟି ଦଳର ମ୍ୟାନେଜର, ରାଜଶ୍ରୀ ଚମ୍ପାଲାଲ୍‌ ରାମାଓ୍ବତ ଦଳର ଫିଜିଓ ରହିଛନ୍ତି।
ମନୋନୀତ ଖେଳାଳି: ଭରସା ୟୁ, ଭାଲାସାନାଇନି ରାଭାନି, ସିମୁ ଦାସ, ପଦ୍ମିନୀ ଟୁଡୁ, କିଲାକା ସନ୍ଧ୍ୟା, ପ୍ରିୟା, ଗଙ୍ଗାଭା ନୀଲାପ୍ପା ହରିଜନ (ଉପଅଧିନାୟିକା), ପ୍ରିତବେନ୍‌ ବାବୁଭାଇ ଦେଶାଇ, ସାଣ୍ଡ୍ରା ଡେଭିସ୍‌ କାରିମାଲିକାଲ, ବାସନ୍ତୀ ହଁାସ୍‌ଦା, ପ୍ରୀତି ପ୍ରସାଦ, ସୁଷମା ପଟେଲ (ଅଧିନାୟକ), ଏମ୍‌. ସତ୍ୟବତୀ, ଫୁଲ ସୋରେନ, ଝିଲି ବିରୁଆ, ଗଙ୍ଗା ସମ୍ଭାଜୀ କଦମ ଓ ଦୀପିକା ଟି.ସି.।

Share