Categories: ଜାତୀୟ

ସନ୍ଦିଗ୍ଧ ବ୍ୟାଗ୍‌ରୁ ୪ ଗ୍ରେନେଡ୍‌ ଜବତ…

ଶ୍ରୀନଗର,୧୩।୯: ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ଏକ ସନ୍ଦିଗ୍ଧ ବ୍ୟାଗ୍‌ରୁ ୪ ଗ୍ରେନେଡ୍‌ ଜବତ ହୋଇଛି। ସିଆର୍‌ପିଏଫ୍‌ ଟିମ୍‌ ପକ୍ଷରୁ ସ୍ଥାନୀୟ ବେମିନା ଅଞ୍ଚଳରେ ଥିବା ଏକ ପବ୍ଲିକ୍‌ ସ୍କୁଲ୍‌ ପରିସରରୁ ବ୍ୟାଗ୍‌ଟି ମିଳିଛି। ସ୍କୁଲ୍‌ ନିକଟରେ ଥିବା ରୋଡ୍‌ ଡିଭାଇଡରଠାରେ ବ୍ୟାଗ୍‌ ପଡ଼ିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି।

ସ୍କୁଲ ପରିସରକୁ ବ୍ୟାଗ୍‌ କିଭଳି ଆସିଲା ତାହାର ତଦନ୍ତ ଜାରି ରହିଛି। ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯିବା ସହିତ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ରବିବାର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାଗେର୍ଟ କରିଥିବାବେଳେ ସୋମବାର ସକାଳେ ଗ୍ରେନଡ୍‌ ମିଳିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share