ବାଂଲାଦେଶରେ ଭାଙ୍ଗିଦେଲେ ୪ ହିନ୍ଦୁ ମନ୍ଦିର

ଢାକା,୯।୮: ବାଂଲାଦେଶର ଖୁଲ୍‌ନା ଜିଲାରେ ଦୁର୍ବୃତ୍ତମାନେ ୪ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏଥିସହ ସେମାନେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ କେତେକ ଦୋକାନ ଓ ଘର ଭାଙ୍ଗିଛନ୍ତି। ପୋଲିସ ୧୦ ଜଣଙ୍କୁ ଗିରଫ କରିବା ସହ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛି। ରୁପ୍‌ସା ଉପଜିଲାର ଶିଆଲି ଗ୍ରାମରେ ହିନ୍ଦୁ ଓ ମୁସଲମାନ ପରିବାରରେ ବଚସାକୁ କେନ୍ଦ୍ର କରି ଶନିବାର ଏଭଳି ଆକ୍ରମଣ କରାଯାଇଛି। ଦୁର୍ବୃତ୍ତମାନେ ହରି ମନ୍ଦିର, ଦୁର୍ଗା ମନ୍ଦିର, ଗୋବିନ୍ଦ ମନ୍ଦିର ଏବଂ ମହାଶ୍ମଶାନ ମନ୍ଦିରରେ ପଶି ମୂର୍ତ୍ତି ଭାଙ୍ଗିଥିଲେ। ଏହା ବ୍ୟତୀତ ୬ଟି ଦୋକାନ ଓ ଦୁଇଟି ଘର ଭାଙ୍ଗି ଥିବା ଅଭିଯୋଗ ହୋଇଛି।

Share