କୃଷକ ମୋର୍ଚ୍ଚା ପକ୍ଷରୁ ୪ ଘଣ୍ଟା ରେଳରୋକୋ

ବାଲେଶ୍ୱର ଅଫିସ, ୧୮।୨- କୃଷକ ମୋର୍ଚ୍ଚା ପକ୍ଷରୁ ଗୁରୁବାର ସର୍ବଭାରତୀୟସ୍ତରରେ ୪ ଘଣ୍ଟା ରେଳରୋକ କରାଯାଇଛି। କେନ୍ଦ୍ରରେ ମୋଦି ସରକାରଙ୍କ କଳା କୃଷକ ଆଇନ , ରେଳ ବଜେଟ୍‌ରେ ଓଡ଼ିଶାକୁ ଉପେକ୍ଷା ଓ କରୋନା ଆଳରେ ପାସେଞ୍ଜର ଟ୍ରେନ ଚଳାଚଳ ନ କରି ସତନ୍ତ୍ର ଟ୍ରେନକୁ ପ୍ରାଧାନ୍ୟ ଦେଇ ଯାତ୍ରୀଙ୍କୁ ଶୋଷଣ କରିବାକୁ ବିରୋଧ କରି କୃଷକ ମୋର୍ଚ୍ଚା ପକ୍ଷରୁ ବାଲେଶର ଷ୍ଟେଶନରେ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ରେଳରୋକୋ କରଯାଇଥିଲା। ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ରାଜଧାନୀ ଏକ୍ସପ୍ରେସକୁ ଅଟକ ରଖାଯାଇଥିବା ଜଣାପଡ଼ିଛି।