୪ ଘଣ୍ଟା ରାସ୍ତା ଜାମ୍‌, ଲୋକେ ହନ୍ତସନ୍ତ

ଯୋଡା, ୨୩।୪: (ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ୫୨୦ ନଂ. ଜାତୀୟ ରାଜପଥର ଲହଣ୍ଡା ରେଲୱେ ଓଭର ବ୍ରିଜ୍‌ ନିକଟରେ ଶନିବାର ୨ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଫସି ରହିଥିଲା। ଫଳରେ ଦୀର୍ଘ ୪ଘଣ୍ଟା ରାସ୍ତା ଜାମ୍‌ ହୋଇ ଟ୍ରାଫିକ୍‌ ସମସ୍ୟା ଦେଖାଯାଇଥିଲା। ଲୋକେ ଜାମ୍‌ରେ ଫସି ହନ୍ତସନ୍ତ ହୋଇଥିଲେ। ରାଜପଥ କାମ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଉକ୍ତ ଓଭର ବ୍ରିଜ୍‌ ରାସ୍ତା ଦେଇ ଗୋଟିଏ ଟ୍ରକ୍‌ ଯାଉଥିଲା। ଅଣ ଓସାରିଆ ରାସ୍ତାରେ ସେହି ସମୟରେ ଅନ୍ୟ ଏକ ଟ୍ରକ୍‌ ଜବରଦସ୍ତ ଯିବାକୁ ଚେଷ୍ଟା କରିବା ବେଳେ ଧକ୍କା ହୋଇଥିଲା। ପରେ ରାସ୍ତାରେ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଯୋଡ଼ା, ଭଦ୍ରାସହି, ବଡ଼ବିଲକୁ ସଂଯୋଗ ପାଇଁ ଏହା ହିଁ ଏକ ମାତ୍ର ରାସ୍ତା ହୋଇଥିବାରୁ ପ୍ରାୟ ୪ଘଣ୍ଟାରୁ ଊଦ୍ଧର୍‌ବ ସମୟ ଧରି ଯାତ୍ରୀବାହୀ ବସ୍‌, କ୍ଷୀର ଗାଡ଼ି, ଛୋଟ ବଡ଼ ଯାନବାହନ, ଏପରିକି ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା। ଉଭୟ ପାର୍ଶ୍ୱରେ ପ୍ରାୟ ୫କି.ମି. ବ୍ୟାପି ଗାଡ଼ି ଲମ୍ବି ରହିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ଥିଲେ ହେଁ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ନାକେଦମ ହେବାକୁ ପଡ଼ିଥିଲା। ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ୫୨୦ ନଂ. ଜାତୀୟ ରାଜପଥର ୪ ଲେନ୍‌ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରାଯାଇଛି। ମାତ୍ର କଳାପାହାଡ଼ଠାରୁ ଲହଣ୍ଡା ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ହୋଇନାହିଁ। ଅଣଓସାରିଆ ଓ ବିପଦସଙ୍କୁଳ ଅବସ୍ଥାରେ ଏହି ଓଭର ବ୍ରିଜ୍‌ ରହିଥିବାରୁ ରାସ୍ତା ଦେଇ କେବଳ ଗୋଟିଏ ମାତ୍ର ଟ୍ରକ୍‌ ଅତିକ୍ରମ କରିଥାଏ। ଏକାଧିକ ଭାରିଯାନ ଚଳାଚଳ କଲେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ବିଭାଗୀୟ ଖାମଖିଆଲ ନୀତି ଯୋଗୁ ଲୋକେ ହନ୍ତସନ୍ତ ହେଉଥିବା ଅଞ୍ଚଳର ଶ୍ୟାମ ପାତ୍ର, ଗୁରୁଚରଣ ମୁଣ୍ଡା, ରାଜେଶ ଓରାମ ପ୍ରମୁଖ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୪ା୩: ଗନ୍ଧମାର୍ଦ୍ଦନ ଲୋଡ଼ିଂ ଓ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟିର ଆର୍ଥିକ ଅନିୟମିତତା ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ...

ଗଞ୍ଜେଇ ପରେ ବୌଦ୍ଧରେ ବ୍ରାଉନସୁଗାର କାରବାର: ଧରାପଡ଼ିଲେ ୩ ଅଭିଯୁକ୍ତ

ବୌଦ୍ଧ,୧୮।୩( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାର ଥିବା ବେଳେ ଏବେ ବ୍ରାଉନସୁଗାର କାରବାର ପଦାକୁ ଆସିଛି। ବୌଦ୍ଧ ପୋଲିସ...

ଭାଲୁ ଆବୁଡ଼ରେ ପଡ଼ିଗଲେ ୨ ମହିଳା

ଦେବଗଡ଼,୧୮।୩(ଶାଶଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ତିଳେଇବଣି ବ୍ଳକ ଲଇମୁରା ଫରେଷ୍ଟ ସେକ୍ସନରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି। ଭାଲୁ ଆକ୍ରମଣରେ ମଙ୍ଗଳବାର ୨ଜଣ ମହିଳା...

ରଙ୍ଗ ବୋଳି ମହିଳାଙ୍କୁ ଅସଦାଚରଣ: ଥାନାରେ ଶିକ୍ଷକ ଅଟକ

ସାବରଙ୍ଗ,୧୮।୩(କାଳିପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ଡିହମଳିକ ସାହିରେ ଘଟିଛି ଏକ ଲଜ୍ଜା ଜନକ ଘଟଣା। ଜଣେ ଶିକ୍ଷକ ଗ୍ରାମର...

ଅନାସ୍ଥା ଭୋଟ ନ ହେବା ଘଟଣା: ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ୱାର୍ଡ ସଭ୍ୟାସଭ୍ୟଙ୍କ ବିକ୍ଷୋଭ, ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧୮।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ଅନାସ୍ଥା ସମ୍ପର୍କରେ ଆଲୋଚନା ଓ ଗୁପ୍ତ ଭୋଟ ପାଇଁ...

ବନ ବିଭାଗର ବଡ଼ ପଦକ୍ଷେପ: ଜଙ୍ଗଲ ନିଆଁ ରୋକିବ…

ଭୁବନେଶ୍ୱର,୧୮।୩: ଚିନ୍ତା ବଢାଉଛି ଜଙ୍ଗଲ ନିଆଁ। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି। ହେଲେ ବଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଭୟଙ୍କର...

୨୧ରୁ କନ୍ଧମାଳ ମହୋତ୍ସବ : ରାଇକିଆରେ ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ

ରାଇକିଆ,୧୮।୩(ପ୍ରଦୀପ ବେହେରା): ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା କନ୍ଧମାଳ ମହୋତ୍ସବ ଅବସରରେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ବ୍ଲକ ପ୍ରଶାସନ ତରଫରୁ...

ସରକାରଙ୍କ କୃଷିନୀତିରେ ଚାଷୀ ହେବେ ସର୍ବସ୍ବାନ୍ତ

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): କୃଷକମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ । ଏହି କାରଣରୁ କୃଷକମାନେ ଋଣଗ୍ରସ୍ତ ହେଉଛନ୍ତି। ବ୍ୟାଙ୍କ ଏବଂ ସାହୁକାରଙ୍କଠାରୁ ଋଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image