ବଲାଙ୍ଗୀର ଅଫିସ, ୧୭।୧୨: ଦୀର୍ଘ ୪ ଘଣ୍ଟା ପରେ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶି ରହିଥିବା ଜାଭେଲିନ୍କୁ ବାହାର କରାଯାଇଛି। ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏକ ଡାକ୍ତର ଟିମ୍ ଅସ୍ତ୍ରୋପଚାର କରି ଜାଭେଲିନକୁ ବାହାର କରିଛନ୍ତି। ସଦାନନ୍ଦ ଏବେ ବି ଅସ୍ତ୍ରୋପଚାର କକ୍ଷରେ ଅଛନ୍ତି। ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆ, ଜିଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଘଟଣାର ଅନୁଧ୍ୟାନ କରୁଛନ୍ତି।