କେନ୍ଦୁଝର,୧୪।୬(ସ୍ବ.ପ୍ର): କେନ୍ଦୁଝର ଜିଲା ବନଖଣ୍ଡ ତେଲକୋଇ ବନାଞ୍ଚଳ ତାଳପଦା କଳାପାଟ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ହୁକିଂ କରି ଶିକାର କରିବା ବେଳେ ୪ ଜଣ ଶିକାରୀଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ଶିବନାରାୟଣପୁର ଗୋଡ଼ା ଗାଁର ବୁଧଦେବ ମୁଣ୍ଡା, ଗୋବର୍ଦ୍ଧନ ମହାନ୍ତ, ଡମ୍ବରୁ ନାୟକ ଓ ଗୁରୁଚରଣ ନାୟକ।
ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ କଳାପାଟ ସଂରକ୍ଷିତ ଜଙ୍ଗଲରେ କେତେଜଣ ଶିକାରୀ ହୁକିଂ କରି ଲୁହା ତାରରେ ଫାଶ ବସାଇ ବନ୍ୟଜନ୍ତୁ ଶିକାର ପାଇ ଜଗି ରହିଥିଲେ। କୌଣସି ସୂତ୍ରରୁ ଖବର ପାଇ ତେଲକୋଇ ବନ କର୍ମଚାରୀ ପହଞ୍ଚି ୪ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ। ବନକର୍ମଚାରୀ ତାଙ୍କଠାରୁ ୭ ବଣ୍ଡଲ ଲୁହା ତାର, ମାରଣାସ୍ତ୍ର ସହ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି।