ଆଳିପିଙ୍ଗଳ ନିକଟରେ ୪ ବେଆଇନ ବାଲିଘାଟ

ଜଗତ୍‌ସିଂହପୁର,୧ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହରଠାରୁ ମାତ୍ର ୬/୭ କିଲୋମିଟର ଦୂର ଦେବୀ ନଦୀର ଆଳିପିଙ୍ଗଳ ନିକଟରେ ୪ଟି ବେଆଇନ ବାଲି ଘାଟ ଚାଲିଛି। ଯେଉଁ କାରଣରୁ ପ୍ରତ୍ୟହ ବହୁ ହାଇୱା, ଟ୍ରକ, ଟ୍ରାକ୍ଟର ଓ ୪୦୭ ଆଦିରେ ବାଲି ଚୋରା ଚାଲାଣ ହେଉଛି। ଏଥିଯୋଗୁ ରାତିରେ ମଧ୍ୟ ଏସବୁ ଅଞ୍ଚଳରେ ଦିନର ଭ୍ରମ ସୃଷ୍ଟି ହେଉଛି। ରାତି ତମାମ ଭାରିଯାନ ଚଳାଚଳ ସାଙ୍ଗକୁ ଅପରାଧୀମାନେ ସକ୍ରିୟ ରହୁଛନ୍ତି। ମାରଣାସ୍ତ୍ର ଧରି ନିଶାସକ୍ତ ଅବସ୍ଥାରେ ଘାଟ ନିକଟବର୍ତ୍ତୀ ଅଞ୍ଚଳରେ ବୁଲିବା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି।
ଦେବୀ ନଦୀର ଏକ ପାର୍ଶ୍ୱରେ ଆଳିପିଙ୍ଗଳ ଥିବାବେଳେ ଅପରପାର୍ଶ୍ୱରେ କଟକ ଜିଲା ନିଆଳି ତହସିଲ ଅନ୍ତର୍ଗତ କେତକେଶ୍ୱର ଘାଟ ରହିଛି। ବଡ କଥା ହେଲା ଏହି ଦୁଇ ଘାଟ ସମେତ ଅନ୍ୟ ୨ ସ୍ଥାନରୁ ବେଆଇନ ବାଲି ଚାଲାଣ ହେଉଛି। ବିଶେଷକରି କେତକେଶ୍ୱର ଘାଟ ନିକଟ ନିଆଳି ତହସିଲ ଅନ୍ତର୍ଗତ ଶାସନପଦା ଓ ଜଗତ୍‌ସିଂହପୁର ତହସିଲ ଅନ୍ତର୍ଗତ ପଟସରା ଅଞ୍ଚଳରୁ ରାତିରେ ବହୁ ପରିମାଣର ବାଲି ଚୋରା ଚାଲାଣ ଚାଲିଛି। ପଟସରା ନିକଟ ଦେବୀ ନଦୀରୁ ଏକ ଠିକାସ୍ଥଂସ୍ଥା ପ୍ରତ୍ୟହ ଶତାଧିକ ଟ୍ରିପ ବାଲି ଚୋରାରେ ବୋହି ନେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ଅଭିଯୋଗରେ କହିଛନ୍ତି, ୫୫ନଂ. ଜାତୀୟ ରାଜପଥର କନ୍ଦରପୁର-ଜଗତ୍‌ସିଂହପୁର ରାସ୍ତା କାମ ଚାଲିଛି। ଏଥିରେ ବହୁ ପରିମାଣର ବାଲି ଆବଶ୍ୟକ ହେଉଛି। ଠିକାଦାର ବିରିଡ଼ିଠାରୁ ଜଗତ୍‌ସିଂହପୁର ମଧ୍ୟରେ ଏକାଧିକ ମାଫିଆଙ୍କ ସହଯୋଗରେ ନଦୀରୁ ବାଲି ନେଉଛି। ଖୁବକମ୍‌ ପରିମାଣର ବାଲି ଉଠାଇବା ପାଇଁ ସରକାରୀ ଅନୁମତି ନେଇ ଏହି କାଗଜ ବଳରେ ସହସ୍ରାଧିକ ଟ୍ରିପ ବାଲି ଚୋରି କରୁଛି। ତେବେ ଏହି ବାଲି ଚୋରା ଚାଲାଣରେ କେବଳ ଠିକାଦାର କି ମାଫିଆ ସମ୍ପୃକ୍ତ ନୁହନ୍ତି ଖଣି ଅଧିକାରୀ, ପ୍ରଶାସନ ଓ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିବା କୁହାଯାଉଛି। ଶାସନପଦାରେ ବହୁ ପରିମାଣର ବାଲି ଗଚ୍ଛିତ ଥିବାରୁ ସେଠାରୁ ରାତି ପିଛା ୫୦୦ରୁ ଅଧିକ ଟ୍ରିପ ବାଲି ଚୋରା ଚାଲାଣ ହେଉଛି। ଏ ବାବଦରେ ବାଲି ମାଫିଆ ଦୈନିକ ପାଖାପାଖି ୨୦ ଲକ୍ଷରୁ ଅଧିକ ଟଙ୍କା ପାଇବା ସହଜ ହୋଇଯାଉଛି। ସେଥିରୁ ରାଜନେତା, ପୋଲିସ, ପ୍ରଶାସନିକ ଅଧିକାରୀ ଓ ଖଣି ଅଧିକାରୀଙ୍କୁ ଭାଗ ଦେଲା ପରେ ବାଲି ମାଫିଆ ଦୈନିକ ପାଖାପାଖି ୧୦ ଲକ୍ଷ ଟଙ୍କା ପକେଟରେ ପୂରାଉଥିବା କେତେଜଣ ବ୍ୟକ୍ତି ନାମ ଗୋପନରଖି ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା, ପ୍ରତ୍ୟେକଙ୍କୁ ସନ୍ତୁଷ୍ଟ କରାଯାଉଥିବାରୁ ଚଢାଉ ହେଉନି। ଏପରି କି ଗୋପନ ଭାବେ ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୂନ। ସିଧାସଳଖ ଅଭିଯୋଗ କଲେ କାଳେ ମାଫିଆ ଜାଣିଯିବେ ଏବଂ ଗୁଣ୍ଡା ପଠାଇ ମୁଣ୍ଡରେ ବନ୍ଧୁକ ଲଗାଇବେ ସେ ଭୟ ଘାରୁଛି। ଏହା ଅର୍ଥ ନୁହେଁ ଲୋକେ ଚୁପ୍‌ ରହିଯିବେ। ଠିକଣା ସମୟରେ ଜବାବ ଦେବେ। ଯେଉଁ ରାଜନେତାମାନେ ବେଆଇନ ବାଲି ଘାଟରୁ ମୋଟା ଅଙ୍କର ଅର୍ଥ ନେଇ ଚୁପ ରହିଛନ୍ତି ସେମାନଙ୍କ ଅସଲି ଚେହେରା ଲୋକେ ଦେଖି ସାରିଲେଣି। ନିର୍ବାଚନ ସମୟରେ ବାଲଟରେ ଜବାବ ଦେବେ ବୋଲି ଏହି ବ୍ୟକ୍ତିମାନେ ପ୍ରତିକ୍ରିୟାରେ କହିଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଖଣି ଅଧିକାରୀ ଶତିସ୍‌ କୁମାର ତରାଇଙ୍କୁ ପଚାରିବାରୁ ସେ କହିଥିଲେ, ଯେଉଁଠି ଅଭିଯୋଗ ହେଉଛି ସେଠି ପୋଲିସ ସହାୟତାରେ ଚଢାଉ କରାଯାଉଛିି। କିନ୍ତୁ ଶତପ୍ରତିଶତ ବେଆଇନ ବାଲି ଚୋରା ଚାଲାଣ ରୋକାଯିବା ସମ୍ଭବ ହୋଇପାରୁନାହିଁ। ଆଗକୁ ଦେଖିବାର ଅଛି ବାସ୍ତବରେ ପରିସ୍ଥିତିରେ ସୁଧାର ଆସୁଛି କି ଅଧିକ ବିଗିଡ଼ିଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri