ବିିଜେଡିରେ ଯୋଗଦେଲେ ୪ ସ୍ବାଧୀନ କାଉନସିଲର

ହିଞ୍ଜିଳିକାଟୁ, ୧୪ା୯( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପୌର ନିର୍ବାଚନରେ ବିଜୟୀ ହୋଇଥିବା ୪ ସ୍ବାଧୀନ କାଉନସିଲର ଓ ପରାଜିତ ୨ ସ୍ବାଧୀନ କାଉନସିଲର ପ୍ରାର୍ଥୀ ସମର୍ଥକଙ୍କ ସହ ଗୁରୁବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏମପିସି ପରିସରରେ ଆୟୋଜିତ ନଗର ବିଜେଡ଼ି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ମ୍ୟୁନିସିପାଲଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଆସିକା ଏମ୍‌ପିଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ରଞ୍ଜିତା ଚୌଧୁରୀ, ଅମୂଲ୍ୟ ସାହୁ, ମଞ୍ଜୁ ବେହେରା ଓ ଗୋପବନ୍ଧୁ ବେହେରାଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଧରିକୃଷ୍ଣ ପଣ୍ଡା ଓ ସୁନୀତା ମିଶ୍ର ସେମାନଙ୍କ ସମର୍ଥକଙ୍କୁ ସ୍ବାଗତ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡ଼ି ସମ୍ପାଦକ ଶିବରାମ ଗୌଡ, ପ୍ୟାରୀ ମୋହନ ପାଢୀ, ହୃଦୟାନନ୍ଦ ମହାପାତ୍ର, ପ୍ରଦୀପ କୁମାର ପଣ୍ଡା, ତରୁଣ କୁମାର ପଣ୍ଡା, କିରଣ ପଟ୍ଟନାୟକ, ବିଭୁପ୍ରସାଦ ପଣ୍ଡା, କାହ୍ନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Share