Categories: ଖେଳ

ଭାରତୀୟ ରଗ୍‌ବୀ ଦଳରେ ୪ ଓଡ଼ିଆ

ଭୁବନେଶ୍ୱର,୧୩ା୯(ସରୋଜ ଜେନା): ଚାଇନାର ହାଙ୍ଗଝୋରେ ହେବାକୁ ଥିବା ଏସିଆନ୍‌ ଗେମ୍ସ ପାଇଁ ଭାରତୀୟ ମହିଳା ରଗ୍‌ବୀ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ଓଡ଼ିଶାରୁ ୪ ଜଣ ଖେଳାଳି ଏହି ଦଳରେ ସ୍ଥାନ ପାଇଛନ୍ତି। ଚଳିତ ମାସ ୧୯ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଓଡ଼ିଶାରୁ ଡୁମୁଣୀ ମାର୍ଣ୍ଡି, ତରୁଲତା ନାଏକ, ମାମା ନାଏକ ଓ ହୁପି ମାଝି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଦିଲ୍ଲୀରୁ ୩, ବେଙ୍ଗଲ ଓ ମହାରାଷ୍ଟ୍ରରୁ ୨ ଜଣ ଲେଖାଏ ଖେଳାଳି ଏହି ଦଳରେ ସ୍ଥାନ ପାଇଛନ୍ତି।
ଭାରତୀୟ ଦଳ: ଲଚ୍‌ମୀ ଓରାମ, ଶିଖା ଯାଦବ, ବୈଷ୍ଣବୀ ଦତ୍ତାତ୍ରେୟ ପାଟିଲ୍‌, ଡୁମୁଣୀ ମାର୍ଣ୍ଡି, ତରୁଲତା ନାଏକ, ମାମା ନାଏକ, ହୁପି ମାଝି, ସନ୍ଧ୍ୟା ରାୟ, ଶ୍ୱେତା ଶାହି, ଶୀତଲ ଶର୍ମା, ପ୍ରିୟା ବଂଶଲ ଓ କଲ୍ୟାଣୀ କ୍ରିଷ୍ଣାତ ପାଟିଲ।

Share