କାଲିଫର୍ନିଆରେ ୪ ଭାରତୀୟ ଅପହୃତ, ୮ ମାସର ଶିଶୁକନ୍ୟା ବି ସାମିଲ…

ସ୍କ୍ରାମେଣ୍ଟୋ,୪।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଚାରିଜଣ ଭାରତୀୟ ମୂଳ ଲୋକଙ୍କୁ ଅପହରଣ କରାଯାଇଛି। ଏହି ଅପହରଣରେ ଭାରତୀୟ ମୂଳ ଦମ୍ପତି ଏବଂ ସେମାନଙ୍କର ଆଠ ମାସର ଶିଶୁ କନ୍ୟା ଓ ସେମାନଙ୍କର ଜଣେ ବନ୍ଧୁ ଅଛନ୍ତି।

ସୋମବାର ମର୍ସିଡ କାଉଣ୍ଟି ସରିଫ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ୩୬ ବର୍ଷୀୟ ଜଶଦୀପ ସିଂ, ତାଙ୍କ ସ୍ତ୍ରୀ ୨୭ ବର୍ଷ ବୟସ୍କା ଜସଲିନ କୌର, ସେମାନଙ୍କର ଆଠ ମାସର ଶିଶୁକନ୍ୟା ଆରୁହି ଏବଂ ୩୯ ବର୍ଷିୟ ଅମନଦୀପ ସିଂଙ୍କୁ ଅପହରଣ କରାଯାଇଛି।

ଆମେରିକାର ସୁରକ୍ଷା ଏଜେନ୍ସି କହିଛି ଯେ ସନ୍ଦିଗ୍ଧ ଅପହରଣକାରୀମାନେ ସଶସ୍ତ୍ର ଥିଲେ। ସେମାନଙ୍କର ଉଦ୍ଦେଶ୍ୟରେ ଭଲ ନୁହେଁ। ଘଟଣାର ଅଧିକ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ, କାରଣ ଯାଞ୍ଚ୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଅଧିକାରୀ କହିଛନ୍ତି ଯେ ମର୍ସିଡାର ଦକ୍ଷିଣ ରାଜପଥ ୫୯ର ବ୍ଲକ ୮୦୦ ରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ନିକଟରୁ ଏହି ଚାରି ଭାରତୀୟଙ୍କୁ ଅପହରଣ କରାଯାଇଛି। ଘଟଣାସ୍ଥଳ ନିକଟରେ କେତେକ ଦୋକାନ ଏବଂ ରେଷ୍ଟୁରାଣ୍ଟ ଅଛି।

ନ୍ୟୁଜ ରିପୋର୍ଟ ଅନୁସାରେ ଏହି ଘଟଣାରେ ସନ୍ଦିଗ୍ଧ ଅପହରଣକାରୀଙ୍କ ଉଦ୍ଦେଶ୍ୟ ଜଣା ପଡି ନାହିଁ। ଅପରପକ୍ଷରେ, ସନ୍ଦିଗ୍ଧ କିମ୍ବା ପୀଡିତାଙ୍କ ସହ ଯୋଗାଯୋଗ ନକରିବାକୁ ଶରିଫ କାର୍ଯ୍ୟାଳୟ ପରାମର୍ଶ ଦେଇଛି। ସେମାନଙ୍କୁ ଖୋଜାଯାଉଛି। ଆମେରିକାର ଅଧିକାରୀମାନେ ଲୋକଙ୍କୁ ସନ୍ଦିଗ୍ଧ କିମ୍ବା ପୀଡିତଙ୍କ ନିକଟକୁ କଲ ନ କରିବାକୁ କୁହାଯାଇଛି। ଯଦି ସେମାନଙ୍କୁ କେହି ଦେଖନ୍ତି ତେବେ ୯୧୧ କୁ ଫୋନ କରିବାକୁ ପରାମର୍ଶ ଦିଆଯାଇଛି।

ଏହାପୂର୍ବରୁ ୨୦୧୯ ରେ ଭାରତୀୟ ମୂଳ ବୈଷୟିକ ବିଶେଷଜ୍ଞ ତୁଷାର ଅତ୍ରେ ତାଙ୍କ ପ୍ରେମିକାଙ୍କ କାରରେ ମୃତଦେହ ପାଇଥିଲେ। ସେ ଆମେରିକାର ଏକ ଡିଜିଟାଲ ମାର୍କେଟିଂ କମ୍ପାନୀର ମାଲିକ ଥିଲେ। ତାଙ୍କ କାଲିଫର୍ନଆସ୍ଥିତ ଘରୁ ଅପହରଣ ହେବାର କିଛି ଘଣ୍ଟା ପରେ ତାଙ୍କ ମୃତଦେହ ମିଳିଥିଲା।

Share