Advertisement

୮କୋଟି ଟଙ୍କା ବ୍ୟୟରେ କୋରାପୁଟ ସହରରେ ନିର୍ମାଣ ହେବ ୪ କଲ୍ୟାଣମଣ୍ଡପ

କୋରାପୁଟ,୧୪ା୧୦(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ୮ କୋଟି ଟଙ୍କା ବ୍ୟୟରେ ସହରର ପୋଲିସ କଲୋନୀ, ପୂଜାରୀପୁଟ ପଡ଼ିଆ ନିକଟ, ରେଲଓ୍ବେ ନିକଟ ସମେତ ୪ଟି ସ୍ଥାନରେ କଲ୍ୟାଣମଣ୍ଡପ ନିର୍ମାଣ କରାଯିବ। କୋରାପୁଟ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ ଯୋଗଦେଇ ଏ ବିଷୟରେ ସୂଚନା ଦେଇଛନ୍ତି। ସେହିପରି ବୈଠକରେ ସହରର ବିଭିନ୍ନ ଓ୍ବାର୍ଡରେ ରାସ୍ତା ଉପରକୁ ଆସିଥିବା ଗଛଡାଳ କାଟିବା, ରାସ୍ତାରେ ଥିବା ପୁରୁଣା ପୋଲ ସ୍ଥାନାନ୍ତର, ପାନୀୟଜଳ ବ୍ୟବସ୍ଥା ଆଦି ପ୍ରମୁଖ ଉପରେ ଆଲୋଚନା କରାଯାଇଥିଲା ବୋଲି ମ୍ୟୁନିସିପାଲିଟି ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରକାଶ କରିଛନ୍ତି। ଏହି କାଉନସିଲ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ସବିତା ପଣ୍ଡା, ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର, ଏମ୍‌ପି ପ୍ରତିନିଧି ଜୟନ୍ତ କଚିମ, ଅଧୀକ୍ଷଣ ଯନ୍ତ୍ରୀ ସୁଧୀନ କୁମାର ଦାସ, ସହକାରୀ ଯନ୍ତ୍ରୀ ନର୍ମଦା ସାହୁ, ଯନ୍ତ୍ରୀ ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ମ୍ୟୁନିସିପାଲିଟିର ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ। ଏହି ବୈଠକକୁ କିରାଣି ଅଶୋକ ସାହା ପରିଚାଳନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share