ଲକ୍ଷ୍ନୌ,୩।୨: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) କାନପୁରର ଛାତ୍ର ଏବଂ ପ୍ରଫେସର ମିଳିତ ଭାବେ କେବଳ ୪ କେଜିରେ ଏକ ସୁନ୍ଦର ହାଲୁକା ହେଲିକପ୍ଟର ତିଆରି କରିଛନ୍ତି। ଏହା ବେଙ୍ଗାଲୁରୁରେ ଚାଲିଥିବା ହାଇବ୍ରିଡ୍ ଏୟାର ଶୋ’- ଏୟାର ଇଣ୍ଡିଆ ୨୦୨୧ରେ ପ୍ରଦର୍ଶିତ ହେବ। ଏହି ହେଲିକପ୍ଟରକୁ ଆଇଆଇଟି କାନପୁର ଏବଂ ଷ୍ଟାର୍ଟଅପ୍ କମ୍ପାନୀ ମିଶି ନିର୍ମାଣ କରିଛନ୍ତି।
୪ କିଲୋଗ୍ରାମ ବିଶିଷ୍ଟ ଏହି ହେଲିକପ୍ଟର ମୁଖ୍ୟ ବିଶେଷତ୍ତ୍ୱ ହେଲା ଏଥିରେ ଭର୍ଟିକାଲ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ,ଲଙ୍ଗ୍ ରେଞ୍ଜ ଆଣ୍ଡ୍ ଏଣ୍ଡୁରାନ୍ସ, ଲଙ୍ଗ୍ ଭିଡିଓ ଷ୍ଟ୍ରିମିଙ୍ଗ୍ ଆଦି ରହିଛି। ଡ୍ରୋନ୍ ଦେଖିବାକୁ ଯେମିତି ଏହା ଠିକ୍ ସେମିତି। ଏହି ହେଲିକପ୍ଟର ଯୋଗେ ମେଡିକାଲ ସପ୍ଲାଇ, ସିବିଆରଏନ୍ ଡିଟେକ୍ସନ, କ୍ରାଉଡ ମନିଟରିଂ ଏବଂ ରେସ୍କ୍ୟୁ ଅପରେଶନ ମଧ୍ୟ କରାଯାଇପାରିବ।
ଏୟାର ଇଣ୍ଡିଆ ୨୦୨୧ ସମାରୋହର ଗୋଟିଏ ଦିନ ପୂର୍ବରୁ ଆଇଆଇଟି କାନପୁରର ଅଧିକାରୀ ଟୁଇଟ୍ କରି ଏହି ହେଲିକପ୍ଟର ବିଷୟରେ ସୂଚନା ଦେଇଛନ୍ତି। ଏୟାର ଇଣ୍ଡିଆର ୧୩ ତମ ସଂସ୍କରଣରେ ଏହା ବେଙ୍ଗାଲୁରୁରେ ପ୍ରଦର୍ଶିତ ହେବ।