Categories: ଜାତୀୟ

ବାଣ କାରଖାନାରେ ବିସ୍ଫୋରଣ; ୪ ମୃତ

ଲକ୍ଷ୍ନୌ,୧।୧୦ : ଉତ୍ତରପ୍ରଦେଶର ଶାମଲି ଜିଲାରେ ବେଆଇନ ବାଣ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। କାଇରାନା ସହରରେ ଥିବା ଆଚାର ତିଆରି କରାଯାଉଥିବା କାରଖାନରେ ବିସ୍ଫୋରଣ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏପର୍ଯ୍ୟନ୍ତ ୪ ମୃତଦେହ ଉଦ୍ଧାର କରାଯାଇଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Share