ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ ପ୍ରଦର୍ଶନବେଳେ ୪ ମୃତ

ଢାକା,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାଂଲାଦେଶ ଗସ୍ତ କରିଛନ୍ତି। ଏହା ବିରୋଧରେ ଚିଟ୍ଟାଗଙ୍ଗଠାରେ ଆନ୍ଦୋଳନବେଳେ ପୋଲିସର ରବର ବୁଲେଟ ମାଡ଼ରେ ପ୍ରାଣ ହରାଇଛନ୍ତି ୪ ଆନ୍ଦୋଳନକାରୀ।

ସେମାନଙ୍କୁ ଘଉଡ଼ାଇବା ପାଇଁ ଆମେ ଲୁହ ବୁହା ଗ୍ୟାସ ଓ ରବର ବୁଲେଟ୍‌ ବ୍ୟବହାର କରିଥିଲୁ। ସେମାନେ ଥାନାରେ ପଶି ଭଙ୍ଗାରୁଜା କରୁଥିଲେ ବୋଲି ପୋଲିସ ଅଧିକାରୀ ରଫିକୁଲ ଇସଲାମ କହିଛନ୍ତି। ମୋଦିଙ୍କ ଗସ୍ତକୁ ରାଜଧାନୀ ଢାକାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସେଠାରେ ପୋଲିସ ସହ ସଂଘର୍ଷରେ ୨ ଜର୍ନାଲିଷ୍ଟଙ୍କ ସମେତ କିଛି ଲୋକ ଆହତ ହୋଇଥିବା ଖବର ମିଳିଛି।

Share