Categories: ଜାତୀୟ

ପୁରୁଣା କୋଠା ଭୁଶୁଡି ୪ ମୃତ

ତେଲେଙ୍ଗାନା,୩୦।୪: ତେଲେଙ୍ଗାନାର ୟାଦାଦ୍ରୀ-ଭୋଙ୍ଗୀର ଜିଲାର ମନ୍ଦିର ନଗର ୟାଦାଗିରିଗୁଟ୍ଟାରେ ଶୁକ୍ରବାର ଏକ ପୁରୁଣା କୋଠାର ସ୍ଲାବ୍‌ ଖସି ୪ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ସେହି ପୁରୁଣା କୋଠାର ଛାତ ତଳେ ୪ ଜଣ ଛିଡା ହୋଇଥିଲେ। ହଠାତ୍‌ ବିଲ୍ଡିଂର ସ୍ଲାବର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି ।

 

 

 

Share