ମୃତ ଖବରଦାତା ରୋହିତ ବିଶ୍ୱାଳଙ୍କ ପରିବାରକୁ ୪ ଲକ୍ଷ ସହାୟତା

ଭବାନୀପାଟଣା,୨୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ନିହତ ହୋଇଥିବା ଧରିତ୍ରୀ ଖବରଦାତା ରୋହିତ ବିଶ୍ବାଳଙ୍କ ପରିବାରକୁ ପୋଲିସ ବିଭାଗ ପକ୍ଷରୁ ଶନିବାର ୪ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏସ୍‌ପି ଡା.ଶ୍ରବଣା ବିବେକ ଏମ ଜିଲାର ମୋହନଗିରି ଯାଇ ମୃତ ଖବରଦାତାଙ୍କ ସ୍ତ୍ରୀ ମାଧବୀ ବିଶ୍ୱାଳଙ୍କୁ ଏହି ଚେକ୍‌ ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ, ମ.ରାମପୁର ଥାନା ଅନ୍ତର୍ଗତ ଦୁଲେନ ଛକ ନିକଟରେ ଗତ ୫ ତାରିଖ ଶନିବାର ଦିନ ଖବର ସଂଗ୍ରହ କରିବାକୁ ଯାଇ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ରୋହିତଙ୍କ ପରଲୋକ ହେଇଥିଲା ।

Share