ଗ୍ରୀନ୍‌ କାର୍ଡ ପାଇବା ପୂର୍ବରୁ ୪ ଲକ୍ଷ ଭାରତୀୟଙ୍କ ହୋଇସାରିଥିବ ମୃତ୍ୟୁ

ଓ୍ବାଶିଂଟନ,୬ା୯: ଆମେରିକାରେ ଗ୍ରୀନ୍‌ କାର୍ଡକୁ ଅପେକ୍ଷା କରିଥିବା ଭାରତୀୟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ୧୦.୫ ଲକ୍ଷରୁ ଅଧିକ ଭାରତୀୟ ଆମେରିକାରେ ରୋଜଗାର ଭିତ୍ତିକ ଗ୍ରୀନ୍‌ କାର୍ଡ ବା ସବୁଜ କାର୍ଡକୁ ଅପେକ୍ଷା କରିଛନ୍ତି।

କୁହାଯାଇଛି, ଯଦି ଅପେକ୍ଷା ପରିସ୍ଥିତି ଏହିପରି ଜାରି ରହେ ତେବେ ଏହି ଡକ୍ୟୁମେଣ୍ଟ ପାଇବା ପୂର୍ବରୁ ଏଥିରୁ ୪ ଲକ୍ଷ ଲୋକ ମରିସାରିଥିବେ। ଆମେରିକାର ଗ୍ରୀନ କାର୍ଡ ଆନୁଷ୍ଠାନିକ ଭାବରେ ଏକ ସ୍ଥାୟୀ ଆବାସିକ କାର୍ଡ ଭାବରେ ଜଣାଶୁଣା। ଏହା ପ୍ରବାସୀମାନଙ୍କୁ ଦିଆଯାଇଥିବା ଏକ ଦଲିଲ, ଯାହା ସେମାନଙ୍କୁ ଆମେରିକାରେ ସ୍ଥାୟୀ ଭାବରେ ରହିବାର ଅଧିକାର ଦେଇଥାଏ। ପ୍ରତ୍ୟେକ ଦେଶର ନାଗରିକଙ୍କ ପାଇଁ ଅନେକ ଗ୍ରୀନ କାର୍ଡ ଜାରି କରାଯାଇଛି।

ସେଥିମଧ୍ୟରୁ ପ୍ରାୟ ୧୧ ଲକ୍ଷ (୬୩ ପ୍ରତିଶତ) ଭାରତୀୟ ଏବଂ ୨.୫ ଲକ୍ଷ (୧୪ପ୍ରତିଶତ) ଚାଇନାରୁ ଆସିଥିଲେ। ଲୋକମାନେ ଗ୍ରୀନ କାର୍ଡର ନିର୍ଦ୍ଦିଷ୍ଟ ସଂଖ୍ୟାଠାରୁ କମ୍‌ ହେବା ପାଇଁ ଦୀର୍ଘ ଅପେକ୍ଷା ତାଲିକାର ମୂଳ କାରଣ ବୋଲି କୁହାଯାଉଛି।

Share