Categories: ଫୁରସତ

ଛାଡ଼ପତ୍ର ପାର୍ଟିରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ

ବ୍ରାସିଲିଆ: ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ବିଶ୍ୱାସ, ଭରସାରେ ବନ୍ଧା ହୋଇଥାଏ। ଯଦି ସେଥିରେ ଟିକେ କିଛି ଆଞ୍ଚ୍‌ ଆସିଲା ତେବେ ସେ ସମ୍ପର୍କ ଭାଙ୍ଗିଯାଏ। ଏହାପରେ ବିବାହରେ ଛାଡ଼ପତ୍ର ଦିଆଯାଇଥାଏ। ଭାରତୀୟ ପରମ୍ପରାରେ ଏହା ଏକ କଷ୍ଟଦାୟକ। ହେଲେ ଏବେ ଏହା ସାଧାରଣ ହୋଇଗଲାଣି। ତେବେ ବ୍ରାଜିଲ୍‌ର ଜଣେ ମଡେଲ ତାଙ୍କ ବିବାହ ବିଚ୍ଛେଦ ଖୁସିରେ ପାର୍ଟି ଦେଇଥିବା ଜଣାପଡ଼ିଛି। ୨୪ ବର୍ଷୀୟା ଲାରିସା ସଉପାନି ନାମ୍ନୀ ଜଣେ ମଡେଲଙ୍କ ସୋସିଆଲ ମିଡିଆରେ ଅନେକ ଫଲୋୟର୍ସ ଅଛନ୍ତି। ସେ ସବୁବେଳେ ତାଙ୍କ ଜୀବନ କାହାଣୀକୁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଅକ୍ଟୋବର ୩୧ରେ ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିବା କହିଛନ୍ତି। ରିପୋର୍ଟ ମୁତାବକ, ସେ ବିବାହର ମାତ୍ର ୬ ମାସ ଭିତରେ ତାଙ୍କ ସ୍ବାମୀଙ୍କୁ ସେ ଛାଡ଼ପତ୍ର ଦେଇଦେଇଛନ୍ତି। ପୂର୍ବରୁ ଦୁହେଁ ୩ ବର୍ଷ ଏକାଠି ଥିଲେ। ତାଙ୍କ ଛାଡ଼ପତ୍ର ପରେ ଲାରିସା ଏକ ପାର୍ଟି ବି ରଖିଥିଲେ, ଯେଉଁଥିରେ ସେ ତାଙ୍କ ସାଙ୍ଗମାନଙ୍କୁ ବି ଡାକିଥିଲେ। ଲାରିସା ଏକ କେକ୍‌ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ‘ନ୍ୟୁଲି ଡାଇଭର୍ସ’ ବୋଲି ଲେଖାଥିଲା। ଏବେ ସେ ସମ୍ପୂର୍ଣ୍ଣ ଭାବେ ଏକା। ତେବେ ଲାରିସା ଏହି ପାର୍ଟରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।

Share