୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିପାରିବ ବୋଲି ପରିକଳ୍ପନା କରାଯାଇଛି। ଏଥିରେ ଜିଲାର ବ୍ୟାସନଗର ପୌରାଞ୍ଚଳ ସମେତ ସୁକିନ୍ଦା, ଦାନଗଦି ଓ କୋରେଇ ବ୍ଲକର ଚାଷୀମାନେ ଉପକୃତ ହୋଇପାରିବେ। ହେଲେ ଜମି ଅଧିଗ୍ରହଣରେ ଭୁଲ୍‌ ସୁପାରିସ ଓ କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା କାରଣରୁ ନିର୍ଦ୍ଧାରିତ ସମୟରେ ଚାଷୀଙ୍କ ଏହି ସ୍ବପ୍ନ ପୂରଣ ହେବା ନେଇ ସନ୍ଦେହ ଉପୁଜିଛି। ଏହି କ୍ରମରେ ଜଳ ସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ସ୍ବତନ୍ତ୍ର ତଦନ୍ତରେ ୪ ଜଣ ଜମି ଅଧିଗ୍ରହଣ ଅଧିକାରୀ ଓ କର୍ମଚାରୀ ୧ କୋଟି ୨୨ ଲକ୍ଷ ୪୪ ହଜାର ୧୮୪ ଟଙ୍କା ଚାଷୀଙ୍କ କ୍ଷତିପୂରଣ ଅର୍ଥ ହଡ୍‌ପ କରିଥିବା ଧରାପଡିଛି। ଏହି ଘଟଣାରେ ସଂପୃକ୍ତ ଜମି ଅଧିଗ୍ରହଣ ଅଧିକାରୀ ଓ କର୍ମଚାରୀ ଡମ୍ବରୁଧର ପ୍ରଧାନ, ଗିରିଜା ଭୂଷଣ ପ୍ରଧାନ, ପ୍ରଫୁଲ୍ଲ କୁମାର ମହାପାତ୍ର ଓ ଭୋଲେଶ୍ୱର ସାହୁଙ୍କୁ ଗୁରୁବାର ଜଳ ସମ୍ପଦ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ନିଲମ୍ବିତ କରିଛନ୍ତି। ଏହାସହ ଅଭିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ଘଟଣା ପରେ ରେଙ୍ଗାଲି ଡ୍ୟାମ୍‌ କେନାଲ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସ୍ବଚ୍ଛତା ଓ କାର୍ଯ୍ୟଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯାଜପୁର ଜିଲାରେ ପୂର୍ବରୁ ବୃହତ୍‌ ଓ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୬୧,୩୨୨ ହେକ୍ଟର ଚାଷ ଜମିରେ ପାଣି ମାଡୁଥିବା ଜିଲା ପ୍ରଶାସନ ପକ୍ଷରୁ ଦାବି କରାଯାଉଛି। ଏହା ଯଦି ସତ ତେବେ ରେଙ୍ଗାଲି ବହୁମୁଖୀ ଯୋଜନା କାର୍ଯ୍ୟକାରୀ ହେଲେ ଜିଲାର ୧,୪୫,୪୫୦ ହେକ୍ଟର ଚାଷ ଜମିରୁ ୧,୦୭,୯୨୨ ହେକ୍ଟର ଜମିରେ ପାଣି ମାଡିବା ସୁନିଶ୍ଚିତ। ଏହି ଆକଳନ ଅନୁସାରେ ଜିଲାର ୭୪ ଭାଗ ଜଳସେଚିତ ଜମି ଭାବେ ଚିହ୍ନଟ କରାଯିବ। ରେଙ୍ଗାଲି ବହୁମୁଖୀ ଯୋଜନା ଅଶୀ ଦଶକରେ ପରିକଳ୍ପନା କରାଯାଇଥିଲା। ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଓ ଜଳସେଚନ ଏହି ବୃହତ୍‌ ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ରହିଛି। ଏଥିପାଇଁ ରାଇଟ୍‌ ବ୍ୟାଙ୍କ କେନାଲ(ଆର୍‌ବିସି) ଓ ଲେପ୍ଟ ବ୍ୟାଙ୍କ କେନାଲ(ଏଲ୍‌ବିସି) ନାମରେ ଦୁଇଟି କେନାଲ ନିର୍ମାଣ କାର୍ଯ୍ୟ ଚାଲିଛି। ଲେପ୍ଟ ବ୍ୟାଙ୍କ କେନାଲ ଅର୍ଥାତ୍‌ ବାମ ପାର୍ଶ୍ୱ କେନାଲ ଦ୍ୱାରା ଯାଜପୁର ଜିଲାର ଉପରୋକ୍ତ ୩ଟି ବ୍ଲକର ଚାଷୀ ଉପକୃତ ହୋଇପାରିବେ। ଏହି କେନାଲର ଦୈଘ୍ୟ ୬୯.୬୮୭ କି.ମି. ନିର୍ମାଣ ହେବ। ଏଥିରେ ସୁକିନ୍ଦା ବ୍ଲକର ୧୩,୯୨୦ ହେକ୍ଟର, ଦାନଗଦି ବ୍ଲକର ୨୨,୬୭୧ ହେକ୍ଟର ଓ କୋରେଇ ବ୍ଲକର ୧୦,୦୦୯ ହେକ୍ଟର ଚାଷ ଜମିରେ ଜଳସେଚିତ ହୋଇ ପାରିବ। ସୁକିନ୍ଦା ବ୍ଲକର ୩୪ ଗ୍ରାମର ୧୭୯୯ ଚାଷୀଙ୍କ ୮୫୨.୪୫ ଏକର ଜମି କ୍ଷତିଗ୍ରସ୍ତ ହୋଇଛି। କୋରେଇ ବ୍ରାଞ୍ଚ କେନାଲ ଦ୍ୱାରା ୫୯ ଗ୍ରାମର ୨୬୨୦ ଜଣ ଚାଷୀଙ୍କ ୬୯୯.୩୩ ଏକର ଜମି କ୍ଷତିଗ୍ରସ୍ତ ହେବ ବୋଲି ସର୍ଭେ ହୋଇଛି। ତେବେ ପ୍ରକଳ୍ପର କେତେକ ଜମି ଅଧିଗ୍ରହଣରେ ଅନିୟମିତତା ଯୋଗୁ ପ୍ରଭାବିତ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏ ସଂକ୍ରାନ୍ତରେ ରେଙ୍ଗାଲି ଡ୍ୟାମ୍‌ ସୁକିନ୍ଦା ଡିଭିଜନର ଚିଫ୍‌ ଇଞ୍ଜିନିୟର ଏସ୍‌.କେ. ଜାଲିଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପକ୍ଷେ ଆବଶ୍ୟକ ଜମି ଅଧିଗ୍ରହଣ ଅଧିକାରୀ ନ ଥିବାରୁ ପ୍ରାୟ ୧୫୫ ଏକର ବେସରକାରୀ ଜମି ଅଧିଗ୍ରହଣ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri