୪ ଜୀବନ ନେଲା ଦୁର୍ଘଟଣା

ଭଞ୍ଜନଗର/ବାଲିଗୁଡ଼ା,୧୦ା୭: ଗଞ୍ଜାମ ଓ କନ୍ଧମାଳ ଜିଲାରେ ବାଇକ୍‌ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ଖ୍ରୀଷ୍ଟିୟାନ ସାହିର ଅଭିଷେକ୍‌ ଗୌଡ଼, କଇଣ୍ଡିର ଆଲୋକ ସ୍ବାଇଁ ଓ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କୁଟିକିଆ ଅଞ୍ଚଳର ସୁନିଲ ଦିଗାଲ, ସୁମନ୍ତ ପାତ୍ର।

ପ୍ରକାଶ ଯେ, ଆଲୋକ ରାତିରେ ଭଞ୍ଜନଗରରୁ ନିଜ ଗ୍ରାମ କଇଣ୍ଡିକୁ ବାଇକ୍‌ ଯୋଗେ ଫେରୁଥିଲେ। ଭଞ୍ଜନଗର ଆସିକା ମୁଖ୍ୟରାସ୍ତାର ଅଗଝୋଳ ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିପରୀତ ଦିଗରୁ ବ୍ରହ୍ମପୁରରୁ ସ୍କୁଟି ଧରି ଆସୁଥିବା ଅଭିଷେକଙ୍କ ସହ ଆଲୋକଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିଲେ। ଅଭିଷେକଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ସୁନିଲ ଓ ସୁମନ୍ତ ଏକ ବାଇକ୍‌ରେ ବାଲିଗୁଡ଼ାରୁ କୁଟିକିଆ ଯାଉଥିଲେ। ବୁଡ୍ରୁକିଆ ପଞ୍ଚାୟତର ମାଦିନାଟ ନିକଟସ୍ଥ ଘାଟିରେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଶନିବାର ବାଲିଗୁଡ଼ା ପୋଲିସ ଓ ଦମକଳ ବାହିନୀ ପହଞ୍ଚତ୍ ୨ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share