ରାମଦୋଳିରୁ ଖସିପଡ଼ିଲେ ଗୋଟିଏ ପରିବାରର ୪ ସଦସ୍ୟ

ରାଉରକେଲା,୧୧।୧୦(ସଙ୍ଗୀତା ଜେନା): ରାଉରକେଲା ଦୁର୍ଗାପୂଜାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ସେକ୍ଟର-୬ ଟେଲିଫୋନ ଭବନ ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ମେଳାରେ ରାମଦୋଳିରୁ ଖସିପଡି ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି।

ଏହି ସମୟରେ ସେଠାରେ ଉପସ୍ଥିତ ଜୋନ୍‌-୧ ଡିଏସ୍‌ପି ପୁଷ୍ପାରାଣୀ ନିନ୍‌ଗୀ, ସେକ୍ଟର-୭ ଥାନା ପୋଲିସ, ପୂଜା କମିଟି ସଦସ୍ୟ ଏବଂ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ସେକ୍ଟର-୧୯ ସ୍ଥିତ ଆଇଜିଏଚ୍‌ରେ ଭର୍ତ୍ତି କରିଛନ୍ତି। ତେବେ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ କିପରି ଦୋଳିରୁ ଖସିପଡିଲେ ତାର ତଦନ୍ତ କରାଯାଉଛି ବୋଲି ଡିଏସ୍‌ପି ନିନଗୀ କହିଛନ୍ତି।

Share