ଲେବାନନ୍‌ରେ ୪ ଲକ୍ଷ ଶିଶୁ ବିସ୍ଥାପିତ

ବେରୁଟ, ୧୬।୧୦: ଗତ ୩ ସପ୍ତାହ ହେବ ଲେବାନନ୍‌ରେ ଇସ୍ରାଏଲ ଓ ଉଗ୍ରବାଦୀ ସଙ୍ଗଠନ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଯୋଗୁ ୪ ଲକ୍ଷରୁ ଅଧିକ ଶିଶୁ ବିସ୍ଥାପିତ ହୋଇଛନ୍ତି। ଲେବାନନ୍‌ରେ ମାନବୀୟ କାର୍ଯ୍ୟ ପାଇଁ ନିୟୋଜିତ ୟୁନାଇଟେଡ୍‌ ନେଶନ୍‌ ଚିଲ୍‌ଡ୍ରେନ୍‌ ଫଣ୍ଡ୍‌(ୟୁନିସେଫ୍‌)ର ଉପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟେଡ୍‌ ଚାଇବାନ୍‌ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଲେବାନନ୍‌ ପରି ଏକ ଛୋଟ ଦେଶରେ ଯୁଦ୍ଧ ଯୋଗୁ ଏକ ନିର୍ଦ୍ଦିଷ୍ଟ ପିଢ଼ି ଲୋପ ପାଇଯିବା ନେଇ ମଧ୍ୟ ସମ୍ଭାବନା ଥିବାର ସେ ଚେତାବନୀ ଦେଇଛନ୍ତି। ଇସ୍ରାଏଲ ପକ୍ଷରୁ ସମ୍ପ୍ରତି ଗାଜାରେ ହମାସ ସହ ଓ ଲେବାନନ୍‌ରେ ହେଜବୋଲ୍ଲା ବିରୋଧରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ଯୋଗୁ ଲେବାନନ୍‌ରେ ୧୨ ଲକ୍ଷ ଲୋକ ସେମାନଙ୍କ ଘରୁ ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗତ ୩ ସପ୍ତାହ ମଧ୍ୟରେ ବେରୁଟ୍‌ ଏବଂ ଉତ୍ତର ଲେବାନନ୍‌ର ବିଭିନ୍ନ ଅଞ୍ଚଳକୁ ପଳାୟନ କରି ଆଶ୍ରୟସ୍ଥଳୀ ଗୁଡ଼ିକରେ ରହୁଛନ୍ତି। ଚାଇବାନ କହିଛନ୍ତି, ଗତ ୩ ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧରେ ଶିଶୁ ଏବଂ ପିଲାମାନେ ହିଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଯୁଦ୍ଧ ଯୋଗୁ ଲେବାନନ୍‌ର ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି। ଦେଶରେ ପ୍ରାୟ ୧୨ ଲକ୍ଷ ପିଲା ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଯୁଦ୍ଧ ଯୋଗୁ ବହୁ ସରକାରୀ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଅନେକ ସ୍କୁଲକୁ ବିସ୍ଥାପିତମାନେ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରୁଛନ୍ତି, ତେଣୁ ସେଠାରେ ମଧ୍ୟ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ତେବେ ଲେବାନନ୍‌ର କେତେକ ଘରୋଇ ବିଦ୍ୟାଳୟ ଏବେ ମଧ୍ୟ ଚାଲୁ ରହିଥିବା ଚାଇବାନ କହିଛନ୍ତି। ଯୁଦ୍ଧ ଯୋଗୁ ଲେବାନନ୍‌ରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକ ବ୍ୟବସ୍ଥା ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦେଶରେ ରହୁଥିବା ପାଲେଷ୍ଟିନୀୟ ଏବଂ ଶିରୀୟ ଶରଣାର୍ଥୀମାନେ ମଧ୍ୟ ଯୁଦ୍ଧ ଯୋଗୁ ପ୍ରଭାବିତ ହୋଇଛନ୍ତି। ଇସ୍ରାଏଲ ଓ ହେଜ୍‌ବୋଲ୍ଲା ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ଲେବାନନ୍‌ରେ ଅନେକ ଲକ୍ଷ ଶିଶୁଙ୍କ ଉପରେ ଶିକ୍ଷା ହରାଇବାର ବିପଦ ରହିଥିବା ଚାଇବାନ କହିଛନ୍ତି। ଲେବାନନ୍‌ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଆକ୍ରମଣରେ ଦେଶର ୨୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଗତ ୩ ସପ୍ତାହ ମଧ୍ୟରେ ୧୦୦ରୁ ଅଧିକ ଶିଶୁ ପ୍ରାଣ ହରାଇଥିବାବେଳେ ୮୦୦ରୁ ଅଧିକ ଶିଶୁ ଆହତ ହୋଇଥିବା ନେଇ ଚାଇବାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ନିଜ ଘରେ ମୁହଁତୋଡ ଜବାବ ଦେଲେ ଜୟଶଙ୍କର: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବର୍ତ୍ତମାନ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନରେ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତି...

ପାକିସ୍ତାନରେ ମର୍ନିଂ ଓ୍ବାକ୍‌ କଲେ ଏସ ଜୟଶଙ୍କର: ଫଟୋ ଶେୟାର କରି କହିଲେ…

ଇସଲାମାବାଦ୍‌,୧୬।୧୦: ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ (ଏସ୍‌ସିଓ)ରେ ଯୋଗଦେବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜିକାଲି ପାକିସ୍ତାନ ଗସ୍ତରେ ଅଛନ୍ତି। ବିଭିନ୍ନ ଦେଶର...

ଶତ୍ରୁତା ପରେ ବି ପାକିସ୍ତାନରୁ ଅନେକ ଜିନିଷ କିଣୁଛି ଭାରତ, ପ୍ରତି ଘର ପାଇଁ ଆବଶ୍ୟକ…

ନୂଆଦିଲ୍ଲୀ/ଇସଲାମାବାଦ,୧୬।୧୦: ୨୦୧୯ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସ୍ଥଗିତ ରହିଛି। ଅଗଷ୍ଟ ୫, ୨୦୧୯ରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦...

ଜୟଶଙ୍କର ପହଞ୍ଚିବାର କିଛି ଘଣ୍ଟା ବଦଳିଗଲା ପାକିସ୍ତାନର ସ୍ବର

ଇସଲାମାବାଦ୍‌,୧୬।୧୦: ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀରେ ଯୋଗଦେବା ପାଇଁ ଇସ୍‌ଲାମାବାଦ ଯାଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ...

ଭାରତ ସରକାରଙ୍କ ଏଜେଣ୍ଟ ସହ ବିଷ୍ଣୋଇ ଗ୍ୟାଙ୍ଗ୍‌ ସମ୍ପୃକ୍ତ: କାନାଡା ପୋଲିସ

ଓଟ୍ଟାଓ୍ବା,୧୬ା୧୦: ଦକ୍ଷିଣ ଏସୀୟ ସମ୍ପ୍ରଦାୟ ବିଶେଷ ଭାବେ ଖଲିସ୍ତାନୀ ତତ୍ତ୍ୱଙ୍କୁ ଟାର୍ଗେଟ କରିବା ପାଇଁ ଭାରତର ସରକାରୀ ଏଜେଣ୍ଟଗୁଡ଼ିକ ଅପରାଧୀମାନଙ୍କୁ ବ୍ୟବହାର କରୁଥିବା କାନାଡା ପୋଲିସ...

୨୦୩୫ ସୁଦ୍ଧା ଚନ୍ଦ୍ରରେ ମହାକାଶ କେନ୍ଦ୍ର ନିର୍ମାଣ କରିବ ଚାଇନା

ବେଜିଂ,୧୬ା୧୦:ଚନ୍ଦ୍ରରୁ ମାଟି ନମୁନା ଆଣିବା ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଚାଇନା। ୨୦୫୦ ସୁଦ୍ଧା ଚାଇନା ପକ୍ଷରୁ ମାନବ...

ଭାରତ ଉପରେ କଟକଣା ଲଗାଇପାରେ କାନାଡା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୧୬ା୧୦:ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇଦେଶ ମଧ୍ୟରେ କୂଟନୈତିକ...

ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri