ବିଷାକ୍ତ ଫଳ ଖାଇ ୪ ନାବାଳକ ଅସୁସ୍ଥ

ବାସୁଦେବପୁର,୨ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ଗ୍ରାମରେ ବିଷାକ୍ତ ଫଳ ଖାଇ ଗୁରୁବାର ରାତିରେ ୪ ନାବାଳକ ଅସୁସ୍ଥ ହୋଇପଡ଼ିଥିଲେ।

ସୂଚନାନୁଯାୟୀ, ଗୁରୁବାର ଅପରାହ୍ନରେ ୪ ଜଣ ନାବାଳକ ରାସ୍ତାକଡ଼ରେ ହୋଇଥିବା କଳା ସିଜୁ ଫଳ ଖାଇଥିଲେ l ରାତିରେ ସେମାନଙ୍କୁ ବାନ୍ତି ହେବା ସହ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କୁ ରାତିରେ ବାସୁଦେବପୁର ଡାକ୍ତରଖାନାକୁ ଅଣାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି। ନାବାଳକମାନେ ହେଉଛନ୍ତି ଉକ୍ତ ଗ୍ରାମର ଅଶୋକ ମଳିକଙ୍କ ପୁଅ ଟୁକୁନା(୧୨), ଶିଶିର ମଳିକ ପୁଅ ସନ୍ତୋଷ (୧୭), ଶଶଧର ମଳିକ ପୁଅ ଦେବାନନ୍ଦ (୧୦) ଓ ସୁବଳ ମଳିକଙ୍କ ପୁଅ ଦିବାକର (୧୨) l

Share