ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୪ ନାବାଳିକା

ରାଉରକେଲା ଅଫିସ,୫ା୩: ରାଉରକେଲାସ୍ଥିତ ପାନପୋଷ ବ୍ରାହ୍ମଣୀ ଘାଟିରେ ଗାଧୋଇବାକୁ ଯାଇ ୪ ନାବାଳିକା ବୁଡ଼ି ଯାଇଛନ୍ତି। ପାଟି ଶୁଣି ନିକଟରେ ଥିବା ସ୍ଥାନୀୟ କିଛି ଲୋକ ଦୌଡ଼ି ଆସିଥିଲେ। ନଦୀ ଭିତରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନାବାଳିକା ଏବେ ବି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share