ମହାକାଳପଡା,୧୫ା୩(ଡି.ଏନ୍.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବରକନ୍ଧା ଗଁାର ବିଧବା ବୃଦ୍ଧା ସରସ୍ବତୀ ରାଉତ (୮୫) ଲଗ୍ ଡାଉନ୍ ୪ମାସର ଭତ୍ତା ଲୁଟ୍ କରଯାଇଥିବା ନେଇ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ସରସ୍ବତୀଙ୍କ ଭତ୍ତା ଖାତା ନଂ. ୩୩/୯, ୨୦୨୦ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରର ଟଙ୍କା ପ୍ରଦାନ କରା ନ ଯାଇ ଭତ୍ତା ଲେଜର ଖାତାରେ ନକଲି ଟିପ ଚିହ୍ନ ମାରି ବୃଦ୍ଧାକୁ ଭଣ୍ଡଉ ଛନ୍ତି। ଅଭିଯୋଗ କଲେ ବ୍ଲକ ବାବୁଙ୍କୁ କୁହ ବୋଲି କହୁଛନ୍ତି। ବୃଦ୍ଧା ଜଣକ କିଛି ଉପାୟ ନ ପାଇ ଚୁପ୍ ହୋଇ ବସିଛନ୍ତି। ତେବେ ହିତାଧକାରୀଙ୍କ ଖାତାରେ ଏହି ୪ମାସର ଭତ୍ତା ଉଲ୍ଲେଖ କରାଯାଇନାହିଁ। ଏଠାରେ ପ୍ରଶ୍ନ ଉଠୁଛି ସରସ୍ବତୀଙ୍କ ଭତ୍ତା ଟଙ୍କା କୁଆଡ଼େ ଗଲା। ତୁରନ୍ତ ତଦନ୍ତ କରା ନ ଗଲେ ବୃଦ୍ଧା ଜିଲାପାଳଙ୍କୁ ଭେଟିବେ ବୋଲି କହିଛନ୍ତି। ଅପରପକ୍ଷେ ଏହି ବୃଦ୍ଧାଙ୍କୁ ୮୫ବର୍ଷ ହୋଇଛି। ନିୟମ ଅନୁସାରେ ତାଙ୍କୁ ୭ ଶହ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛ। ତେବେ ଏହାକୁ ଅଣଦେଖା କରାଯାଇଛି।