ଡାକ୍ତରଙ୍କ ଭୁଲ ଯୋଗୁ ମୃତ୍ୟୁ ସହ ସଂଘର୍ଷ କରୁଛି ୪ ମାସର ଶିଶୁକନ୍ୟା

ଭୋପାଳ, ୨।୧୦: ଡାକ୍ତରଙ୍କ ଭୁଲ ଯୋଗୁ ଜଣେ ନିରୀହ ନିସ୍ପାପ ୪ ମାସର ଶିଶୁକନ୍ୟା ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି। ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଭିଦିଶା ଜିଲାର ଗୋଲୋନା ଗ୍ରାମରେ।
ଜଣେ ଶିଶୁକନ୍ୟାକୁ ଜ୍ୱର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜ୍ୱର ପରିବର୍ତ୍ତେ ଏକ ଭୁଲ ଇଞ୍ଜେକ୍ସନ ଦେଇଥିଲେ। ଫଳରେ ସଂକ୍ରମଣ ହୋଇ ଶିଶୁର ପିଚାରୁ ତଳ ପର୍ଯ୍ୟନ୍ତ କଳା ପଡ଼ିଯାଇଛି। ଏବେ ଶିଶୁ ଭୋପାଳ ଜିଲାରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ତାର ଆଙ୍ଗୁଠି କାଟିବାକୁ ପଡ଼ିବ ବୋଲି ଡାକ୍ତର କହିଛନ୍ତି।
ତେବେ ୧ ମାସ ମଧ୍ୟରେ ଭିଦିଶା ଜିଲାରେ ଘଟିଥିବା ଏହା ହେଉଛି ଦ୍ୱିତୀୟ ଘଟଣା। ପୂର୍ବରୁ ମଧ୍ୟ ସମାନ ଘଟଣା ଘଟିଥିଲା।
ଜିଲାର ଜଣେ ନବଜାତ ଶିଶୁକୁ ଇଞ୍ଜେକ୍ସନ ଦେବା ପରେ ତାକୁ ଜ୍ୱର ହୋଇଥିଲା। କିଛି ସମୟ ପରେ ତାର ହାତ କଳାପଡ଼ିଯାଇଥିଲା। ଶିଶୁକୁ ଏକ୍ସପାୟାର୍ଡ ଇଞ୍ଜେକ୍ସନ ଦେବାରୁ ଏପରି ଘିଥିବା ଜଣାପଡ଼ିଥିଲା।

Share