୪ ମାସ ତିଷ୍ଠିଲାନି ପ୍ରେମ ବିବାହ

ରାଜନଗର,୩୦ା୬: ବିବାହକୁ ୪ ମାସ ପୁରି ନ ଥିବା ବେଳେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ପୋଲିସର ସୂଚନା ଅନୁଯାୟୀ, ଏଣ୍ଡୁଳାପୁରଗାଁର ନିମାଇଁ ଚରଣ ରାଉତଙ୍କ ଝିଅ ମିତାଲି ପଦ୍ମନାଭପୁର କାଠୁଆଗଣ୍ଡଗାଁର କାହ୍ନୁ ସାମଲଙ୍କୁ ପ୍ରେମ ବିବାହ କରିଥିଲେ । ୪ମାସ ତଳେ ମିତାଲି ଘରୁ ୨ ସୁନାଚେନ, ହଳେ କାନଫୁଲ, ସୁନା ହାର, ହଳେ ବାହୁଟି ଓ ପାଉଁଜି ସହିତ ନଗଦ ଦେଢଲକ୍ଷ ଟଙ୍କା ନେଇ କାହ୍ନୁଙ୍କ ସହିତ ଫେରାର ହୋଇଯାଇଥିଲେ। ଶେଷରେ କାହ୍ନୁଙ୍କୁ ବିବାହ କରି ତାଙ୍କ ଘରେ ରହିଥିଲେ। ହେଲେ କାହ୍ନୁଙ୍କ ପରିବାର ଲୋକେ ଏହି ବିବାହକୁ ବିରୋଧ କରିବା ସହିତ ଅଧିକ ଯୌତୁକ ଦାବି କରି ମିତାଲିଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ମଙ୍ଗଳବାର ରାତିରେ ତାଙ୍କୁ ଶାଶୁଘର ଲୋକେ ତଣ୍ଟି ଚିପି ହତ୍ୟା କରିଥିବା ତାଙ୍କ ଭାଇ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି ା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ା ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ା

 

Share