ନୂଆଦିଲ୍ଲୀ,୧୩।୯:ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ବ୍ରାଣ୍ଡ୍ର ଆଉ ୪ଟି କମ୍ପାନୀ ଖୁବଶୀଘ୍ର ଷ୍ଟକ୍ ବଜାରରେ ପଞ୍ଜୀକୃତ ହେବାକୁ ଯାଉଛନ୍ତି। ଏପରିକି କମ୍ପାନୀ ତା’ର ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ)ର ଶୁଭାରମ୍ଭ କରିବାର ଯୋଜନା ରହିଛି ବୋଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଯୋଗଗୁରୁ ରାମଦେବ ଏଭଳି କିଛି ସୂଚନା ଦେଇଛନ୍ତି। ଫଳରେ କମ୍ପାନୀ ଶେୟାର ବଜାରରେ ସୂଚୀବଦ୍ଧ ହେବା ସହ କାରବାର ମଧ୍ୟ ଆରମ୍ଭ କରିବ ବୋଲି ଜଣାପଡିଛି। ବିଶେଷକରି ବ୍ରାଣ୍ଡ୍ର ପତଞ୍ଜଳି ଆୟୁର୍ବେଦ, ପତଞ୍ଜଳି ୱେଲନେସ ଏବଂ ପତଞ୍ଜଳି ମେଡିସିନ ସହ ପତଞ୍ଜଳି ଲାଇଫଷ୍ଟାଇଲ ଆଦି ସାମିଲ ରହିଛି।