ହୀରାକୁଦ ଡ୍ୟାମ୍‌ରୁ ଆଉ ଖୋଲିଲା ୪ ଗେଟ୍‌

ସମ୍ବଲପୁର,୪।୮: ରବିବାର ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ହେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି ଉପୁଜି ନାହିଁ । ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ମହାନ୍ତି ସୂଚନା ଦେଇ କହିଛନ୍ତି, ମାଲକାନଗିରି ଜିଲାରେ ଅଧିକ ବର୍ଷା ହେବାରୁ ଯାହା କ୍ଷୟକ୍ଷତି ହୋଇଛି । ରବିବାର ସକାଳ ସୁଦ୍ଧା ବୈତରଣୀ, ବୁଢ଼ାବଳଙ୍ଗ ଅପ୍‌ ଟ୍ରେଣ୍ଡରେ ପାଣି ପ୍ରବାହିତ ହେଉଥିଲେ ମଧ୍ୟ ବିପଦ ସଂକେତ ତଳେ ରହିଥିବା ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ହୀରାକୁଦରେ ୬ଟି ଗେଟ ଖୋଲା ଥିଲା । ମହାନଦୀର ଉପର ମୁଣ୍ଡରେ ବର୍ଷା ହୋଇଛି। ଫଳରେ ଅଧିକ ଜଳ ଡ୍ୟାମ୍‌କୁ ପଶୁଛି। ତେଣୁ ଆହୁରି ୮ଟି ଗେଟ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

ସେପଟେ ହୀରାକୁଦ ଡ୍ୟାମ ଜଳ ପରିଚାଳନା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ବୈଠକରେ ହୀରାକୁଦ ଡ୍ୟାମ ସମେତ ଝାରସୁଗୁଡା ଏବଂ ସମ୍ବଲପୁରର ଜଳ ସମ୍ପଦ ବିଭାଗ ଅଧିକାରୀ ଯୋଗ ଦେଇଛନ୍ତି। ବିଶେଷ କରି ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍‌ ଉତ୍ପାଦନ ଓ ଛତିଶଗଡ଼ ଜଳ ସମ୍ପଦ ବିଭାଗ ସହ ତଥ୍ୟ ଆଦାନ ପ୍ରଦାନ ଉପରେ ଆଲୋଚନା ହୋଇଛି।

Share