Categories: ଖେଳ

ଓଡ଼ିଶାକୁ ଆଉ ୪ ପଦକ

ଭୁବନେଶ୍ୱର, ୨୩।୯(ତପନ ସ୍ବାଇଁ): ଡେରାଡୁନରେ ଚାଲିଥିବା ଜାତୀୟ କରାଟେ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ ଆଉ ୪ଟି ପଦକ ଜିତିଛନ୍ତି। ଜୁନିୟର ପୁରୁଷ ୫୦ କେଜି କୁମିତେରେ ତ୍ରିଲୋଚନ ରଣା ଓ ପୁରୁଷ ୫୫ କେଜି କୁମିତେରେ ରିତେଶ ମହାନ୍ତି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ଜୁନିୟର ମହିଳା ୫୩ କେଜି କୁମିତେରେ ନ୍ୟାଶା କୁମାରୀ ଓ ଜୁନିୟର ପୁରୁଷ ୭୬ କେଜିରୁ ଊର୍ଦ୍ଧ୍ୱ ବର୍ଗରେ ଶୁଭକାନ୍ତ ବିଶ୍ୱାଳ ବ୍ରୋଞ୍ଜ ପଦକ ପାଇଛନ୍ତି। ଏହାକୁ ମିଶାଇ ଓଡ଼ିଶାର ମୋଟ ପଦକ ସଂଖ୍ୟା ୯ (୪ ରୌପ୍ୟ, ୫ ବ୍ରୋଞ୍ଜ)ରେ ପହଞ୍ଚତ୍ଛି। ଶନି ଓ ରବିବାର ୨୧ ବର୍ଷରୁ କମ୍‌ ଏବଂ ସିନିୟର ମହିଳା ଓ ପୁରୁଷ ବର୍ଗରେ ଟିମ୍‌ କୁମିତେ ପ୍ରତିଯୋଗିତା ହେବ।

Share