କରୋନା ନୂଆ ଷ୍ଟ୍ରେନ୍‌ରେ ଆଉ ୪ ସଂକ୍ରମିତ ହେବା ପରେ ସଂଖ୍ୟା ଛୁଇଁଲା ୨୯: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନାର ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର କରୋନାର ନୂଆ ଷ୍ଟ୍ରେନରେ ଆଉ ୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ନେଇ ଏବେ ଦେଶରେ ମୋଟ ନୂଆ ଷ୍ଟ୍ରେନ୍ ସଂକ୍ରମିତଙ୍କ ସଂଖ୍ୟା ୨୯ ଛୁଇଁଛି । ସୂଚନାଯୋଗ୍ୟ, ମଙ୍ଗଳବାର ପର୍ଯ୍ୟନ୍ତ ଏହା ମାତ୍ର ୬ ଥିବା ବେଳେ ୩ ଦିନ ଭିତରେ ଏହା ୨୯ରେ ପହଞ୍ଚିଛି । ଏବେ ପର୍ଯ୍ୟନ୍ତ କେବଳ ୧୦୭ ସାମ୍ପଲର ରିପୋର୍ଟ ଆସିଛି ଯେଉଁମାନଙ୍କ ମଧ୍ୟରୁ ୨୯ ଜଣ ବ୍ରିଟେନର ନୂଆ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ରାଜଧାନୀ ଦିଲ୍ଲୀ ଲ୍ୟାବରେ ଅର୍ଥାତ୍ ୮ ଜଣଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟପଟେ ଚାଇନାରେ ବି କରୋନା ନୂଆ ଷ୍ଟ୍ରେନର ପ୍ରଥମ ଘଟଣା ଦେଖିବାକୁ ମିଳିଛି । ପ୍ରଥମେ ଏହି ନୂଆ ଷ୍ଟ୍ରେନ୍ ବ୍ରିଟେନରେ ଦେଖାଦେଇଥିବା ବେଳେ ଏବେ ଏହା ଆହୁରି କେତେକ ଦେଶକୁ ବ୍ୟାପି ସାରିଲାଣି ।

Share