ବାରଙ୍ଗ,୨୩।୧୨: ନନ୍ଦନକାନନକୁ ଆଉ ୪ ନୂଆ ଅତିଥି ଆସିଛନ୍ତି। ୩୫ ବର୍ଷ ପରେ ଦୁଇଟି ୱାଲାବି ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରହିଛି । ଏହା ସହିତ ପ୍ରଥମ ଥର ପାଇଁ ଦୁଇଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି।
ଏହି ଦୁଇଟି ପ୍ରଜାତିରୁ ୪ଟି ପ୍ରାଣୀଙ୍କୁ ହାଇଦ୍ରାବାଦର ଘରୋଇ ଫାର୍ମରୁ ଅଣାଯାଇଛି। ସେମାନଙ୍କୁ ଏବେ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି।