ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ୪ ଅସୁସ୍ଥ

ଖଡ଼ିଆଳ,୨୩।୭(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଳକ ବଙ୍କାପୁର ଗ୍ରାମର ଗୋଟିଏ ପରିବାରର ୪ଜଣ ବିଷାକ୍ତ ଛତୁଖାଇ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ବଙ୍କାପୁର ଗ୍ରାମର ପଦ୍ମାବତୀ ବେଭେରା (୪୦) ନିଜ ଜମିକୁ ରବିବାର ଯାଇଥିଲେ। ସେଠାରେ ଛତୁ ଫୁଟିଥିବା ଦେଖି ଘରକୁ ଆଣି ରୋଷେଇ କରିଥିଲେ। ପରେ ସେ ନିଜେ ଖାଇବା ସହ ପୁଅ ଭୋଜରାଜ(୧୭), ଝିଅ ସୀମା (୯), ପଦ୍ମାବତୀଙ୍କ ଭାଇର ଝିଅ ପ୍ରାଚୀ ଖାଇବାକୁ ଦେଇଥିଲେ। ଖାଇବର କିଛି ସମୟ ପରେ ବିଷାକ୍ତ ଛତୁ ହେତୁ ୪ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ସ୍ବାମୀ ଟଙ୍କଧର କାମ କରିବା ପାଇଁ ବାହାରକୁ ଯାଇଥିଲେ। ଖବର ପାଇ ଘରକୁ ଆସି ଅସୁସ୍ଥ ଥିବା ସମସ୍ତଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି।

Share