Categories: ଜାତୀୟ

ଗଛରେ ପିଟିହୋଇ ଜଳିଗଲା କାର୍‌: ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

ଭୋପାଳ,୧ା୬: ମଧ୍ୟପ୍ରଦେଶର ହରଦାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାର ୪ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଦ୍ରୁତଗତିରେ ଯାଉଥିବା ଏକ କାର୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ କାରରେ ନିଆଁ ଲାଗିଯାଇଥିଲା। ଏଥିରେ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକ ନବ ଦମ୍ପତି ରହିଛନ୍ତି। ଦମ୍ପତି ୬ ମାସ ତଳେ ବିବାହ କରିଥିଲେ। ଏକ ବାହାଘର ଉତ୍ସବରେ ଯୋଗଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷେ  ୪ ସଦସ୍ୟଙ୍କୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

Share