Posted inଜାତୀୟ

୧୨ ବଗି ଲାଇନ୍‌ଚ୍ୟୁତ: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଗୋଣ୍ଡା,୧୮।୭: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ପ୍ରାୟ ୧୨ଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନ୍‌ଚ୍ୟୁତ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ରେଳବାଇ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଗକୁ ମୃତାହତଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି।

ଏହି ଦୁର୍ଘଟଣା ଗୋଣ୍ଡା-ଗୋରଖପୁର ରେଳ ଲାଇନର ମୋତିଗଞ୍ଜର ପିକୌରା ଗ୍ରାମ ନିକଟରେ ଏହା ଘଟିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଜିଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଦୁର୍ଘଟଣାକୁ ନେଇ ହେଲପଲାଇନ ନମ୍ବର ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ଆସୁଆସୁ ମୋଦିଙ୍କୁ ବିରୋଧ କଲେ ବିଜୟ; ଏହି ନିଷ୍ପତ୍ତି ବିରୋଧରେ ପାସ୍ କଲେ ସଂକଳ୍ପ

ଚେନ୍ନାଇ,୩।୧୧: ତାମିଲ ଅଭିନେତା ବିଜୟଙ୍କ ପାର୍ଟି ତାମିଲଗା ଭେଟ୍ରି କାଝଗମ(ଟିଭିକେ) ରବିବାର ଏକ ମୋଦି ସରକାରଙ୍କ ଏକ ନିଷ୍ପତ୍ତିର ବିରୋଧ କରି ସଂକଳ୍ପ ପାରିତ କରିଛି।...

ସିଆରପିଏଫ୍‌ ବଙ୍କର ଉପରେ ଗ୍ରେନେଡ୍‌ ଆକ୍ରମଣ: ୧୨ ଆହତ

ଶ୍ରୀନଗର,୩ା୧୧: ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଉଛି। ରବିବାର ଶ୍ରୀନଗରରେ ଏକ ବଡ଼ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଅଲ୍‌ ଇଣ୍ଡିଆ ରେଡିଓ ଷ୍ଟେଶନ ବାହାରେ...

ସାମ୍ବାଦିକଙ୍କୁ ମାଡ଼ ମାରି ପରିସ୍ରା ପିଇବାକୁ ଦେଲେ ଭାଜପା ନେତା, ଅଖିଳେଶ ଯାଦବ କହିଲେ ମିଡିଆର ମନୋବଳକୁ…

ଲକ୍ଷ୍ନୌ,୩ା୧୧: ଉତ୍ତରପ୍ରଦେଶର ହମିରପୁରରେ ଦୁଇ ସାମ୍ବାଦିକଙ୍କୁ ଉଲଗ୍ନ କରି ପିଟାଯିବା ପରେ ପରିସ୍ରା ପିଆଇବା ପରି ମାମଲା ସାମ୍ନାକୁ ଆସିଛି। ସାମ୍ବାଦିକମାନେ ଭାଜପା ନଗର ପଞ୍ଚାୟତ...

ନିର୍ବାଚନ ପୂର୍ବରୁ ଶାହାଙ୍କ ବଡ଼ ଘୋଷଣା

ରାଞ୍ଚି,୩।୧୧: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାଜପାର ମନିଫେଷ୍ଟୋ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଭାଜପା...

ଚନ୍ଦ୍ରବାବୁ ନାଇଡୁ, ନୀତୀଶ କୁମାର ଫେରାଇ ନେବେ ମୋଦି ସରକାରରୁ ସମର୍ଥନ? ମୌଲାନାଙ୍କ ବଡ଼ କଥା

ନୂଆଦିଲ୍ଲୀ,୩।୧୧: ରବିବାର (୩ ନଭେମ୍ବର, ୨୦୨୪) ୱାକଫ ବୋର୍ଡ ସଂଶୋଧନ ଉପରେ ଜାମିଆତ-ଉଲେମା-ଇ-ହିନ୍ଦ ଅଧ୍ୟକ୍ଷକ ମୌଲାନା ଅର୍ଶଦ ମଦାନୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି...

ଭାଜପାର ବଡ଼ ଆକ୍ସନ, ଅଧ୍ୟକ୍ଷ ପଦରୁ ହଟିଲେ ରବୀନ୍ଦ୍ର

ଶ୍ରୀନଗର,୩।୧୧: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପରେ ଭାଜପା ବର୍ତ୍ତମାନ ସଂଗଠନରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଛି। ଭାଜପା ସତ ଶର୍ମାଙ୍କୁ ଜମ୍ମୁ କଶ୍ମୀର ଭାଜପାର...

୧୦୦ ଥ୍ରେଟ୍‌ ଇମେଲ ପଠାଇଥିବା ବ୍ୟକ୍ତି ଖୋଲିଲେ ଏହାର ରାଜ୍‌, ଲେଖିଛନ୍ତି ଆତଙ୍କବାଦ ଉପରେ ପୁସ୍ତକ

ନୂଆଦିଲ୍ଲୀ,୩।୧୧: ଦେଶର ଏୟାରଲାଇନ୍ସ ଏବଂ ହୋଟେଲଗୁଡିକ ଗତ କିଛି ଦିନ ହେବ ବୋମା ଧମକ ପାଉଛନ୍ତି। ଏହି ମାମଲାରେ ନାଗପୁର ପୋଲିସ ୩୫ବର୍ଷ ବୟସ୍କ ଯୁବକଙ୍କୁ...

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ…

ଲକ୍ଷ୍ନୌ/ମୁମ୍ବାଇ,୩।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ୍‌ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri