କଣ୍ଟେନରକୁ ପିଟି ହୁତୁହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମତେ ୪ ଗୁରୁତର

ରୂପସା, ୨୩।୬(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥର ରୂପସା ଥାନା ଅନ୍ତର୍ଗତ ଏବଂ ଢାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଏକ କଣ୍ଟେନର ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ ସିଲିଣ୍ଡର ଫାଟିଯାଇ ଆମ୍ବୁଲାନ୍ସଟି ଜଳି ଯାଇଥିଲା । ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସର ଫାର୍ମାସିଷ୍ଟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ରୂପସା ଥାନାଧିକାରୀ ସଚ୍ଚିଦାନନ୍ଦ ଗିରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଜଳିଯାଇଛି।

Share