ଅନୁଗୋଳର ୪ ଖେଳାଳି ଜାତୀୟସ୍ତରକୁ ମନୋନୀତ

ଅନୁଗୋଳ ଅଫିସ, ୨୧ା୨: ଜାତୀୟସ୍ତରରେ ହେବାକୁ ଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ନିମନ୍ତେ ଅନୁଗୋଳ ଜିଲାରୁ ୪ଜଣ ଖେଳାଳି ମନୋନୀତ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଅନୁଗୋଳରେ ଖୁସିର ଲହରି ଖେଳିଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ (OSBA) ଦ୍ୱାରା ପ୍ରକାଶିତ ୧୨ ଜଣିଆ ଖେଳାଳି ତାଲିକାରେ ଅନୁଗୋଳ ଜିଲାରୁ ଅବିନାଶ ମହାନ୍ତି, ଅନୁଜା ଦାଶ ମହାପାତ୍ର, ଅମ୍ଲାନ କେଶରୀ ଗଡ଼ନାୟକ ଓ ତନ୍ମୟ କୁମାର ସାହୁ ସ୍ଥାନ ପାଇଛନ୍ତି। ଅବିନାଶ ଓ ଅନୁଜା ଏଥିପୂର୍ବରୁ ଜାତୀୟସ୍ତର ପାଇଁ ଯୋଗ୍ୟତା ହାସଲ କରିଥିଲେ। ତେବେ ପ୍ରଥମ ଥର ପାଇଁ ଜିଲାର ଅମ୍ଲାନ ଓ ତନ୍ମୟ ଜାତୀୟସ୍ତରକୁ ମନୋନୀତ ହୋଇଥିବାରୁ ଅନୁଗୋଳ ବ୍ୟାଡମିଣ୍ଟନ ଖେଳାଳିମାନଙ୍କ ତରଫରୁ ସେମାନଙ୍କୁ ହାର୍ଦିକ ଶୁଭେଚ୍ଛା ଜ୍ଞାପନ କରାଯିବା ସହିତ ସଫଳତା କାମନା କରାଯାଇଛି।