Categories: ଖେଳ

ଭାରତୀୟ ରଗ୍‌ବୀ ଦଳରେ କିସ୍‌ର ୪ ଖେଳାଳି

ଭୁବନେଶ୍ୱର,୩୦ା୯ (ବିଜୟ ରଣା): ଚାଇନାର ଚାଇନିଜ ତାଇପେଠାରେ ୧୮ ବର୍ଷରୁ କମ୍‌ ଏସିଆ ରଗ୍‌ବୀ ସେଭେନ୍ସ ଟୁର୍ନାମେଣ୍ଟ ଶନିବାରଠାରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତର ଉଭୟ ବାଳକ ଓ ବାଳିକା ଦଳ ଅଂଶଗ୍ରହଣ କରିବ। ଭାରତୀୟ ଦଳରେ କିସ୍‌ର ୪ଜଣ ଖେଳାଳି (୨ବାଳକ ଓ ୨ ବାଳିକା) ସ୍ଥାନ ପାଇଛନ୍ତି। ସେମାନେ ହେଲେ ଧର୍ମାନନ୍ଦ ବିଶ୍ୱାଳ, ଚରଣ ହେମ୍ବ୍ରମ, ରୀତୁ ମାଝି ଓ ମାମଲି ସିଂ।
ପ୍ରତିଯୋଗିତା ପାଇଁ ଭାରତୀୟ ରଗ୍‌ବୀ ଦଳର କୋଚିଂ କ୍ୟାମ୍ପ ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆନ ରଗ୍‌ବୀ ଫୁଟ୍‌ବଲ ଆସୋସିଏଶନ ତରଫରୁ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଭାରତୀୟ ରଗ୍‌ବୀ ଫୁଟ୍‌ବଲ ୟୁନିୟନର ସଭାପତି ରାହୁଲ ବୋଷ ଏବଂ ଓଡ଼ିଶା ରଗ୍‌ବୀ ଫୁଟ୍‌ବଲ ଆସୋସିଏଶନର ସାଧାରଣ ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଦଳର ଶୁଭକାମନା କରିଛନ୍ତି।

Share